ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମହାମାରୀ କୋଭିଡ୍ ପରିଚାଳନା ପ୍ରସଙ୍ଗରେ ଆଲୋଚନା ବେଳେ ମହାରାଷ୍ଟ୍ର ସରକାରଙ୍କୁ ବିଜେପି ସାଂସଦ ବିନୟ ସହସ୍ରବୁଦ୍ଧେ ନିଶାଣ କଲା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ‘ଭାବିଜୀ ପାପଡ଼’କୁ ପ୍ରୋତ୍ସାହିତ କରୁଥିବା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘଵାଲଙ୍କୁ ଲକ୍ଷ୍ୟ କରି ସେ ଖୁବ୍ ବର୍ଷିଛନ୍ତି। ମହାମାରୀ କୋଭିଡ୍-୧୯କୁ ନିୟନ୍ତ୍ରଣ କରିବାରେ ମହାରାଷ୍ଟ୍ର ସରକାର ବହୁତ ଭଲ ପଦକ୍ଷେପ ନେଇଛନ୍ତି। ଏସିଆର ବୃହତ୍ତମ ବସ୍ତି ଧରାବି ଇଲାକାର ସ୍ଥିତି ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ଅନେକ ମନ୍ତ୍ରୀ ଏହି ଘାତକ ଭୂତାଣୁ ଦ୍ବାରା ସଂକ୍ରମିତ। ଏପରିକି ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଛି। ତେଣୁ ଏ ପ୍ରସଙ୍ଗରେ କାହାକୁ ଦୋଷ ନଦେଇ ମିଳିମିଶି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ତେବେ କେହି ଜଣେ ବି କରୋନା ପୀଡ଼ିତ ଏଇ ‘ଭାବିଜୀ ପାପଡ଼’ ଖାଇ ଭଲ ହୋଇନାହାନ୍ତି ବୋଲି ସଞ୍ଜୟ କଟାକ୍ଷ କରିଛନ୍ତି। ସୂଚନା ଥାଉ କି, ଏହି ପାପଡ଼ରେ ଏମିତି ସବୁ ଉପାଦାନ ରହିଛି ଯାହା ରୋଗପ୍ରତିରୋଧ ଶକ୍ତି ବଢ଼ିବାରେ ସାହାଯ୍ୟ କରିବ ବୋଲି ଗତ ଜୁଲାଇ ମାସରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମେଘଵାଲ୍ ଦାବି କରିଥିଲେ।
କେନ୍ଦ୍ର ସରକାରଙ୍କୁ ଶିବସେନାର କଟାକ୍ଷ ‘ଭାବିଜୀ ପାପଡ଼’ ଖାଇ କେହି ଭଲ ହୋଇନାହାନ୍ତି
/sambad/media/post_attachments/wp-content/uploads/2020/02/shiv-sena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)