ବିଜେପି ହିଁ ତାଙ୍କ ଦଳର ସବୁଠାରୁ ବଡ଼ ଶତ୍ରୁ

ମୁମ୍ବାଇ: ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଯେ ବିଜେପି ହିଁ ତାଙ୍କ ଦଳର ସବୁଠାରୁ ବଡ଼ ଶତ୍ରୁ। ବିଜେପି ସବୁବେଳେ ଆମ ଉପରେ ଦାଉ ସାଧୁଛି ଏବଂ ଶିବସେନାକୁ ହିଁ ମୁଖ୍ୟ ବିରୋଧୀ ଭାବେ ଦେଖୁଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ବିଜେପି ସହ ସରକାରରେ ଅଂଶୀଦାର ଥିବା ଶିବସେନାର ନେତାଙ୍କ ଏଭଳି ବୟାନ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ସରକାର ୩ ବର୍ଷ ପୂର୍ତ୍ତି ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଂଶୀଦାର ଦଳର ଏଭଳି ଆଭିମୁଖ୍ୟ ଯୋଗୁଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ କ୍ଷୁବ୍ଧ ହୋଇଛନ୍ତି। କଂଗ୍ରେସ ଛାଡ଼ି ନିଜର ନୂଆ ଦଳ ଗଠନ କରିଥିବା ବରିଷ୍ଠ ନେତା ନାରାୟଣ ରାଣେ ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶିବସେନା ନେତାମାନେ ଏବେ ରାହୁଲ ଗାନ୍ଧୀଙ୍କୁ ଭୂୟସୀ ପ୍ରଶଂସା ଜାରି ରଖିଥିବା ବେଳେ ସଂଜୟ ରାଉତ ଆଜି ମଧ୍ୟ କହିଛନ୍ତି ଯେ ରାହୁଲଙ୍କ ଯଥେଷ୍ଟ ପରିବର୍ତ୍ତନ ହୋଇଛି ଏବଂ ଏବେ ଦେଶର ନେତୃତ୍ୱ ନେବାପାଇ ଲୋକେ ତାଙ୍କ ଉପରେ ଭରସା କରୁଛନ୍ତି।

ସମ୍ବନ୍ଧିତ ଖବର