ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ଆମ ସଂସ୍କୃତିରେ ନାହିଁ: ଶିବସେନା

ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ଏ. ଜି. ପେରାରୀବଲନ ନିକଟରେ ମୁକ୍ତ ହୋଇଥିଲେ | ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ ହୋଇଥିବା ଏ. ଜି. ପେରାରୀବଲନଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସ୍ୱାଗତ କରିଥିଲେ | ଆଉ ଏହି ସ୍ୱାଗତ ସମ୍ବର୍ଦ୍ଧନାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ଶିବସେନା ନେତା କହିଛନ୍ତି ଯେ ଯଦି କେହି ଏପରି ରାସ୍ତା ବାଛନ୍ତି ତେବେ ସେମାନେ ଦେଶ ପାଇଁ ଆଦର୍ଶ ହୋଇପାରିବେ ନାହିଁ। ସୂଚନା ଥାଉ କି ଏ. ଜି. ପେରାରୀବଲନ୍‌ ୩୦ ବର୍ଷ ଜେଲରେ ଥିଲେ |

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ରାଉତ କହିଛନ୍ତି, ତାମିଲନାଡୁର ରାଜନୀତି ସମସ୍ତଙ୍କୁ ଜଣା। ରାଜୀବ ଗାନ୍ଧୀ ଜଣେ ଜାତୀୟ ନେତା ଥିଲେ। ସେ ତାଙ୍କର ବଳିଦାନ ଦେଲେ। ତାମିଲନାଡୁରେ ତାଙ୍କୁ ହତ୍ୟା କରାଯାଇଥିଲା। ଯଦି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ହତ୍ୟାକାରୀଙ୍କୁ ସ୍ୱାଗତ କରନ୍ତି, ତେବେ ଏହା ଆମର ସଂସ୍କୃତି ନୁହେଁ | ସୂଚନା ଥାଉ କି ଯେ ଏମ.କେ ଷ୍ଟାଲିନ ମେ ୧୮ ରେ ପେରାରୀବଲନ୍‌ଙ୍କୁ ଭେଟିଥିଲେ |

ଏହା ପରେ ସେ ଟ୍ୱିଟ୍ କରି କହିଥିଲେ ଯେ, ମୁଁ ପେରାରୀବଲନଙ୍କୁ ଭେଟିଲି, ଯିଏ ୩୦ ବର୍ଷ ପରେ ଜେଲରୁ ଫେରିଛନ୍ତି | ମୁଁ ପେରାରୀବଲନ୍‌ ଏବଂ ତାଙ୍କ ମାଙ୍କୁ ନିଜ ଘରେ ଆରାମରେ ଖୁସିରେ ରହିବାକୁ କହିଥିଲି |

ସମ୍ବନ୍ଧିତ ଖବର