ପାଟନା: ବିହାରର ଗୋପାଳଗଞ୍ଜ ଜିଲ୍ଲାର ବରୋଲି ଥାନା ଅଧୀନସ୍ଥ ସରେୟା ନରେନ୍ଦ୍ର ଗ୍ରାମରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାସ୍ତା କଡ଼ରେ ଖେଳୁଥିବା ୬ଜଣ ଛୋଟଛୋଟ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ପିଲା ଗୁରୁତର ହୋଇଛନ୍ତି।
ଛଅଜଣ ଶିଶୁଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରାଯିବା ସହିତ ଗୁରୁତର ପିଲାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
/sambad/media/post_attachments/wp-content/uploads/2019/11/six-children-die-tragically-after-truck-overturns-creating-chaos_301370-300x206.jpg)
ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ସକାଳେ ସରେୟା ନରେନ୍ଦ୍ର ଗ୍ରାମ ଦେଇ ଯାଇଥିବା ରାସ୍ତାରେ ୧୨ରୁ ଅଧିକ ଛୋଟ ପିଲା ଖେଳାଖେଳି କରୁଥିଲେ। ଏହି ପିଲାମାନଙ୍କ ବୟସ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ହେବ ବୋଲି କୁହାଯାଉଛି। ପିଲାମାନେ ରାସ୍ତାରେ ଖେଳୁଥିବା ସମୟରେ ଉକ୍ତ ରାସ୍ତା ଦେଇ ଏକ ମାରବଲ୍ ବୋଝେଇ ଟ୍ରକ୍ ଯାଉଥିଲା। ଟ୍ରକ୍ଟି ହଠାତ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଖେଳୁଥିବା ପିଲାଙ୍କ ଉପରେ ଓଲଟି ପଡ଼ିଥିଲା।
/sambad/media/post_attachments/wp-content/uploads/2019/11/q-9-300x172.jpg)
କେହି କିଛି ବୁଝିବା ପୂର୍ବରୁ ଘଟଣା ସ୍ଥଳରେ ହିଁ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଏହି ଦୁର୍ଘଟଣାରେ ଆହତ ହୋଇଥିବା ଛଅ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଖବର ଜଣା ପଡ଼ିବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ୬ଜଣ ମୃତ ପିଲାଙ୍କ ପରିବାର ସନ୍ତାନକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Truck_thumb-1.jpg)