ବାରାମୁଲ୍ଲା (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ଅପରାହ୍ନରେ ଆତଙ୍କବାଦୀମାନଙ୍କ ଗ୍ରେନେଡ୍ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆତଙ୍କବାଦୀମାନେ ଆଜି ଅପରାହ୍ନରେ ଏକ ଭାରତୀୟ ସେନା ଗାଡ଼ି ଉପରକୁ ଏକ ଗ୍ରେନେଡ ଛାଡ଼ିଥିଲେ। ତେବେ, ଆତଙ୍କବାଦୀଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ଗ୍ରେନେଡ୍ଟି ସେନା ଗାଡ଼ିରେ ନ ବାଜି ରାସ୍ତା ଉପରେରେ ପଡ଼ି ବିସ୍ଫୋରଣ କରିଥିଲା।
J&K: 6 civilians injured in a grenade attack in Baramulla area. Terrorists lobbed a grenade on an Army vehicle, which missed the target and instead exploded on the road. Injured are being treated at a local hospital https://t.co/UCChxpGibc pic.twitter.com/PGTItIOD1P
— ANI (@ANI) August 31, 2020
ତେବେ, ଆତଙ୍କବାଦୀଙ୍କ ଗ୍ରେନେଡ୍ଟି ଲକ୍ଷ୍ୟ ଭ୍ରଷ୍ଟ ହୋଇ ରାସ୍ତାରେ ବିସ୍ଫୋରଣ ହୋଇଯିବା ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୬ ଜଣ ସାଧାରଣ ନାଗରିକ ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ଜମ୍ମୁ- କଶ୍ମୀର ପୁଲିସ କହିଛି। ଆହତମାନଙ୍କୁ ବାରାମୁଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ସଂପୃକ୍ତ ଅଞ୍ଚଳକୁ ସେନା ଘେରାବନ୍ଦୀ କରି ରଖିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।