ନେଲ୍ଲୋର୍: ଶୁକ୍ରବାର ରାତିରେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର୍ ଜିଲ୍ଲାରେ ୨ଟି ଟ୍ରକ୍ ଓ ଗୋଟାଏ ଘରୋଇ ବସ୍ ମଧ୍ୟରେ ଧକ୍କା ହେବାରୁ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା କଥା ନିଉଜ୍ ଏଜେନ୍ସି ‘ପିଟିଆଇ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଏହି ସଡ଼କ ଦୁର୍ଘଟଣା ରାତି ପ୍ରାୟ ୨ଟା ବେଳେ ମୁସୁନୁରୁ ଟୋଲ୍ ପ୍ଲାଜାରେ ଘଟିଛି।
ପୁଲିସ କହିଛି, ଦୁଇଟି ବଳଦଙ୍କୁ ନେଇ ଶ୍ରୀକଳହସ୍ତୀ ଅଭିମୁଖେ ଯାଉଥିବା ଗୋଟାଏ ଟ୍ରକ୍ ଲୁହା ନେଇ ଯାଉଥିବା ଗୋଟାଏ ଟ୍ରକ୍ ପଛରେ ଧକ୍କା ଖାଇଥିଲା। ଫଳରେ ଲୁହା ଟ୍ରକ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଅପରପାର୍ଶ୍ବରୁ ଆସୁଥିବା ବସ୍କୁ ଧକ୍କା ଦେଲେ।
ଏହି ଦୁର୍ଘଟଣାରେ ୪ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ୨ଜଣଙ୍କର ନେଲ୍ଲୋର ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।
ଡିଏସ୍ପି କବାଲୀ ଭେଙ୍କଟରମଣ ମଧ୍ୟ ଦୁର୍ଘଟଣାରେ ଲୋକେ ମରିଥିବା କଥା ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଲୁହା ଟ୍ରକ୍ର ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହାରାଇ ବିପରୀତ ପାର୍ଶ୍ବରୁ ଆସୁଥିବା ଘରୋଇ ବସ୍କୁ ଧକ୍କା ଦେଇଥିଲେ।
ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।