ଏନ୍‌ଆର୍‌ସି ନାଁ ଶୁଣି ପଶ୍ଚିମବଙ୍ଗରେ ୬ଜଣଙ୍କ ମୃତ୍ୟୁ! ପଶ୍ଚିମଙ୍ଗରେ ଏନ୍‌ଆର୍‌ସିକୁ ଲାଗୁ କରାଯିବ ନାହିଁ ବୋଲି କହିଲେ ମମତା ବାନାର୍ଜୀ

କୋଲକାତା : ଦେଶରେ ବେଆଇନ୍‌ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ କରିଥିଲେ । ଏହା ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେବ ବୋଲି ଅମିତ୍‌ ଶାହା କହିଥିବା ବେଳେ ଏବେ ଏନ୍‌ଆର୍‌ସିର ନାଁ ଶୁଣି ପଶ୍ଚିମବଙ୍ଗରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେବା ସହ ରାଜ୍ୟରେ ଏହା ଲାଗୁ ହେଲେ ଏହାର ପ୍ରତିକୂଳ ପରିଣାମ ଦେଖାଯିବ ବୋଲି କହିଛନ୍ତି । ଏହା ସହ ସେ ନିଜ ରାଜ୍ୟରେ ଏଭଳି ବିଭାଜନକାରୀ ପ୍ରକ୍ରିୟାକୁ କେବେ ହେଲେ ବି ଲାଗୁ କରିବାକୁ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

Image result for mamata-banerjee
NDTV.com

ତାଙ୍କ କହିବା ଅନୁଯାୟୀ, ଏନ୍‌ଆର୍‌ସି ଭୟରେ ୬ଜଣ ଲୋକଙ୍କ ପ୍ରାଣହାନୀ ହୋଇ ସାରିଛି । ଯାହା ପାଇଁ ମୁଁ ଦୁଃଖିତ । ମୁଁ ଏହାକୁ ପଶ୍ଚିମବଙ୍ଗରେ କେବେ ହେଲେ ବି ଲାଗୁ ହେବାକୁ ଦେବି ନାହିଁ । ଦୟାକରି ମୋ ଉପରେ ଭରସା କରନ୍ତୁ ।

ସମ୍ବନ୍ଧିତ ଖବର