ପେଟରେ ଯନ୍ତ୍ରଣା ହେବାରୁ ଡ଼ାକ୍ତରଙ୍କ ପାଖରେ ପହଞ୍ଚିଲେ ଯୁବକ, ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ୬ଫୁଟ ୩ଇଞ୍ଚର ପୋକ

ଜିନ୍ଦ(ହରିୟାଣା) : ହରିୟାଣାର ଜିନ୍ଦରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବକ ପେଟରେ ଯନ୍ତ୍ରଣା ନେଇ ଡ଼ାକ୍ତରଙ୍କ ପାଖରେ ପହଞ୍ଚିବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯାହା ପରେ ଯୁବକଙ୍କ ପେଟରେ ୬ଫୁଟ ୩ଇଞ୍ଚର ପୋକ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଡ଼ାକ୍ତର । ଏବେ ଅସ୍ତ୍ରୋପଚାର ପରେ ରବିଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

WhatsNew2Day

ରବିଙ୍କ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ଅନୁଯାୟୀ, ତାଙ୍କ ପେଟରୁ ଯେଉଁ ପୋକ ବାହାରିଛି, ତାକୁ ଟିନିଆ ସୋଲିୟମ ବୋଲି କୁହାଯାଏ । ଏଭଳି ପୋକ ଘୁଷୁରୀ ମାଂସ ବା ଭଲ ଭାବରେ ସଫା କରାଯାଇ ନଥିବା ପରିବାରେ ଦେଖା ଯାଇଥାଏ । ଏହା ପେଟକୁ ଯିବା ପରେ ୨୫ବର୍ଷ ପର୍ଯ୍ୟନ୍ତ ପେଟରେ ରହି ବଢ଼ିଥାଏ । ରବିଙ୍କ ପେଟକୁ ପୋକଟି କେତେବେଳେ ପ୍ରବେଶ କରିଛି, ତାହା ଜଣା ପଡ଼ି ନଥିବା ବେଳେ ପେଟ ଭିତରେ ଅଧିକ ଦିନ ରହିଥିବାରୁ ତାଙ୍କ ପେଟର ଅନ୍ତ ଫାଟି ଯାଇଥିଲା । ପେଟରେ ଯନ୍ତ୍ରଣା ନେଇ ସେ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ଏକ୍ସରେ କରାଯାଇଥିଲା । ଯାହା ପରେ ତାଙ୍କ ପେଟରେ ୬ଫୁଟ ୩ଇଞ୍ଚର ପୋକ ଥିବା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର