ଦେଶରେ ଲକଡାଉନ ସ୍ଥିତିର ତଦାରଖ ପାଇଁ ୬ଟି କେନ୍ଦ୍ରୀୟ ଟିମ ଗଠନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଲକଡାଉନ ଚାଲିଥିବାବେଳେ ବିଭିନ୍ନ ରାଜ୍ୟରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । କେତେକ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପରେ ଆକ୍ରମଣ ହେଉଛି । କେତେକ ଅଞ୍ଚଳରେ ସୋସିଆଲ ଡିଷ୍ଟାନ୍ସିଂ ନିୟମର ଖୋଲା ଖୋଲି ଉଲ୍ଲ^ନ କରାଯାଉଛି । ଏହାକୁ ନେଇ କେନ୍ଦ୍ର ସରକାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହି ସ୍ଥିତିର ତଦାରଖ କରି ରିପୋର୍ଟ ଦେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ୬ଟି ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ ଗଠନ କରିଛନ୍ତି ।

ଏହା ସହିତ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁୁପତ୍ର ଲେଖି ଲକଡାଉନ ଗାଇଡଲାଇନ ଗୁଡ଼ିକର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଗୃହମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ରର ମୁମ୍ବଇ ଓ ପୁନେ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ପଶ୍ଚିମବଙ୍ଗର କୋଲକତା, ଉତ୍ତର୨୪ ଫଗଣା, କାଲିମ୍ପଙ୍କ, ଦାର୍ଜିଲିଂ, ହାଓ୍ୱଡ଼ା, ମେଦିନିପୁର ଆଦି ଜିଲ୍ଲାରେ ସ୍ଥିତି ଗୁରୁତର ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଭାରତରେ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଗତ ୧୪ ତାରିଖରେ ଏହାକୁ ଆଉ୧୯ ଦିନ ପାଇଁ ବଢାଇଦିଆଯାଇଥିଲା ।

ସମ୍ବନ୍ଧିତ ଖବର