ଜଷ୍ଟିସ୍‌ କୁଦ୍ଦୁସି ସମେତ ୬ଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆଇ ଏମ୍‌ କୁଦ୍ଦୁସି ସମେତ ୬ଜଣଙ୍କୁ ଗୁରୁବାର ୪ଦିନିଆ ରିମାଣ୍ଡରେ ସିବିଆଇ ନେଇଛି। ସିବିଆଇ ୫ଦିନିଆ ରିମାଣ୍ଡ ପାଇଁ ନୂଆଦିଲ୍ଲୀ ତିସହକାରୀ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ପକ୍ଷରୁ ୪ଦିନ ରିମାଣ୍ଡ ଅନୁମତି ଦିଆଯାଇଥିଲା।

ସୂଚନାଯୋଗ୍ୟ, ସିବିଆଇ ବୁଧବାର ଜଷ୍ଟିସ କୁଦ୍ଦୁସିଙ୍କ ଘରେ ଚଢ଼ାଉ କରି ଗିରଫ କରିଥିଲା। ସିବିଆଇ ଦିଲ୍ଲୀ ସମେତ ୮ଟି ସ୍ଥାନରେ ସିବିଆଇ ରେଡ଼ କରିଥିଲା। ଏଥି ସହିତ ସିବିଆଇ ଜଷ୍ଟିସଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଭାରତୀୟ ଦଣ୍ଡ ସଂହିତା ଧାରା ‘୧୨୦-ବି’ରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର