ରେମ୍‌ଡେସିଭିୟର୍ ଔଷଧ ପ୍ରସ୍ତୁତି ଓ ବିପଣନ ଅନୁମତି ପାଇଁ ‘ସିଡିଏସ୍‌ସିଓ’କୁ ଆବେଦନ କରିଛନ୍ତି ଛଅଟି ଭାରତୀୟ କମ୍ପାନି: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ରେମ୍‌ଡେସିଭିୟର୍ ଔଷଧ ପ୍ରସ୍ତୁତି ଓ ବିପଣନ ଅନୁମତି ପାଇଁ ‘ଇଣ୍ଡିଆନ୍ ଡ୍ରଗ୍ ରେଗୁଲେଟରି ଏଜେନ୍‌ସି’ ‘ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’କୁ ଛଅଟି ଭାରତୀୟ କମ୍ପାନି ଆବେଦନ କରିଥିବା କଥା ରବିବାର ଦିନ କେନ୍ଦ୍ରସରକାର କହିଛନ୍ତି। ଏହି କମ୍ପାନିଗୁଡ଼ିକ ହେଉଛି, ହେଟ୍ରୋ, ସିପ୍‌ଲା, ବିଡିଆର୍, ଜୁବିଲାଣ୍ଟ୍, ମଇଲାନ୍ ଏବଂ ଡକ୍ଟର ରେଡ୍ଡୀଜ୍ ଲ୍ୟାବ୍ସ।

ଏକ ରିଲିଜ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି‌ ଯେ, ରେମ୍‌ଡେସିଭିୟର୍ ଆମଦାନି ଏବଂ ବିପଣନ ପାଇଁ ମେ ୨୯ ତାରିଖ ଦିନ ଏହି କମ୍ପାନିମାନଙ୍କ ମଧ୍ୟରୁ ପାଞ୍ଚଟି ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନି ‘ଜିଲିଡ୍’ କମ୍ପାନି ସହ ରାଜିନାମା କରିସାରିଛନ୍ତି। ରୋଗୀଙ୍କ ନିରାପତ୍ତା ଏବଂ ଅଧିକ ତଥ୍ୟ ପାଇ ଉପଯୁକ୍ତ ବିଚାର ଆଲୋଚନା ପରେ ଜୁନ୍ ୧ ତାରିଖରେ ‘ଏମର୍ଜେନ୍ସି ୟୁଜ୍ ଅଫ୍ ଅଥରାଇଜେସନ୍’ ଅଧୀନରେ ଅନୁମତି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର