ନେପାଳ ସଡ଼କ ଦୁର୍ଘଟଣାରେ ୬ ଭାରତୀୟ ମୃତ

କାଠମଣ୍ଡୁ: ସୋମବାର ରାତିରେ ପୂର୍ବ ନେପାଳର ସୁନସାରି ଜିଲ୍ଲା ପ୍ରବାହିତ ବଢ଼ନ୍ତା କୋଶୀ ନଈରେ ଗାଡ଼ି ପଡ଼ିଯିବାରୁ ଜଣେ ସାତ ବର୍ଷିୟ ବାଳକଙ୍କ ସମତେ ଛଅ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ ମଙ୍ଗଳବାର ଦିନ କହିଛି।

ପୀଡ଼ିତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ବିହାର ସୁପାଉଲ୍‌ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମଣିଆର ବାସିନ୍ଦା ୪୦ ବର୍ଷିୟ ସଞ୍ଜୀବ କୁମାର ଏବଂ ୭ ବର୍ଷିୟ ଗୋନୁ କୁମାର।

ଆଉ ଚାରି ଜଣଙ୍କର ପରିଚୟ ଜଣା ପଡ଼ି ନାହିଁ।

ସୁନ୍‌ସାରି ଜିଲ୍ଲା ପୁଲିସ କହିବାନୁସାରେ, ଭାରତରେ ପଞ୍ଜିକୃତ ଉକ୍ତ ଗାଡ଼ିଟି ଧାନକୁଟ ଜିଲ୍ଲାସ୍ଥିତ ଭେଡ଼େତାର ଶୈଳନିବାସରୁ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଭାରତ- ନେପାଳ ସୀମାନ୍ତବର୍ତ୍ତୀ ଜିଲ୍ଲାର କୋଶୀ ଗ୍ରାମୀଣ ପୌରପାଳିକା ଅନ୍ତର୍ଗତ ପୂର୍ବ-ପଶ୍ଚିମ ରାଜପଥରୁ ବଢ଼ନ୍ତା କୋଶୀ ନଦୀ ଗର୍ଭକୁ ଖସି ପଡ଼ିଥିଲା।

ଘଟଣାସ୍ଥଳରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବିରାଟନଗରସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାକି ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ଡ୍ରାଇଭର୍‌ ସମେତ ୪ ଆହତଙ୍କୁ ବିରାଟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡ୍ରାଇଭର୍‌କୁ ହାଜତକୁ ନିଆଯାଇ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର