ଶ୍ରୀନଗର: ଭାରତୀୟ ବାୟୁସେନା ମଙ୍ଗଳବାର ଭୋର ସକାଳୁ ପାକିସ୍ତାନ ଅଧିକୃତ କଶ୍ମୀରରେ ବିସ୍ଫୋରଣ କରିବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇଛି। ପାକିସ୍ତାନୀ ସେନା ଆଜି ରାତି ନିୟନ୍ତ୍ରଣ ରେଖା ଆରପଟରୁ ଗୁଳିବର୍ଷା କରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନୀ ଗୁଳିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ପୁଞ୍ଛରେ ହୋଇଥିବା ପାକିସ୍ତାନୀ ଗୁଳିରେ ୨ଟି ଘର ଜଳି ଯାଇଛି।
ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନାର ୧୨ଟି ମିରାଜ ବିମାନ ଅପରେସନରେ ବାହାରିଥିଲା। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଜି ପାକିସ୍ତାନରେ କରାଯାଇଥିବା ବିସ୍ଫୋରଣ ନେଇ ସ୍ପଷ୍ଟ କରାଯାଇଛି। ମାତ୍ର ପାକିସ୍ତାନ କୌଣସ ବଡ଼ ଧରଣର କ୍ଷତି ହୋଇଥିବା ମନା କରିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/LoC.jpg)