୬ ସାମ୍ବାଦିକଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ’-୨୦୨୧ ପ୍ରଦାନ

ନୂଆଦିଲ୍ଲୀ : ଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ ‘ପଲ୍ଲିବାଣୀ ମିସନ୍‌’ ଦ୍ବାରା ଛଅ ଜଣ ସାମ୍ବାଦିକଙ୍କୁ ବୁଧବାର ସନ୍ଧ୍ୟାରେ ‘ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୧’ରେ ସମ୍ମାନିତ କରାଯାଇଛି। ସ୍ଥାନୀୟ କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‌କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

ପୁରସ୍କୃତ ସାମ୍ବାଦିକମାନଙ୍କ ଅବଦାନ ଓ କୃତିକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ‘ପଲ୍ଲୀବାଣୀ ମିସନ’ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ। ପଲ୍ଲୀବାଣୀ ମିସନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବରିଷ୍ଠ ଉପଦେଷ୍ଟା କାଞ୍ଚନ ଗୁପ୍ତା, ବରିଷ୍ଠ ସାମ୍ବାଦିକ ରସିଦ କିଦୱାଇ ଏବଂ ସୁନିତ୍ରା ଚୌଧୁରି ସମ୍ବୋଧନ କରିଥିଲେ। କନକ ଟିଭିର ସଂପାଦକ ମନୋରଂଜନ ମିଶ୍ର, ନିୟୁ ଇଣ୍ଡିଆନ ଏକ୍ସପ୍ରେସର ଡେପୁଟି ରେସିଡେଣ୍ଟ ଏଡିଟର ଶିବ କୁମାର ମହାନ୍ତି, ଉତ୍କଳ ମେଲର ସଂପାଦକ ପୀତବାସ ମିଶ୍ର, ଓଡ଼ିଶା ବାଇଟ୍ସର ଗ୍ରୁପ୍‌ ଏଡିଟର ସନ୍ଦୀପ ମିଶ୍ର, ଗୁରୁ ଜମ୍ବେଶ୍ବର ବିଶ୍ବବିଦ୍ୟାଳୟ ଜନ ସଂଚାର ବିଭାଗର ସହକାରୀ ପ୍ରଫେସର ମିହିର ରଂଜନ ପାତ୍ର ଏବଂ ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ ଗୋପାଳ ପ୍ରସାଦ ବର୍ମାଙ୍କୁ ଏହି ଅବସରରେ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୧ରେ ସମ୍ମାନିତ କରାଯାଇ ଥିଲା। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର