ହାନୋଇ: ସାମାଜିକ ଗଣମାଧ୍ୟରେ ଲାଇଭ୍ଷ୍ଟ୍ରିମ୍ କରି ନିଶ୍ଚିହ୍ନ ହୋଇ ଆସୁଥିବା ପ୍ରଜାତିର ଗୋଟାଏ ମାଙ୍କଡ଼କୁ ମାରି ଖାଇଥିବା କାରଣରୁ କେନ୍ଦ୍ରୀୟ ଭିଏତ୍ନାମରେ ୬ ଜଣ ଲୋକଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
ଜୀବଜନ୍ତୁମାନଙ୍କର ଅଙ୍ଗପ୍ରତ୍ୟଙ୍ଗରେ ଆରୋଗ୍ୟକାରୀ ଔଷଧୀୟ ଗୁଣ ରହିଛି ବୋଲି ଏବେ ମଧ୍ୟ ଅନେକେ ବିଶ୍ୱାସ କରୁଥିବାରୁ ଭିଏତ୍ନାମରେ ଦୁଷ୍ପ୍ରାପ୍ୟ ଓ ନିଶ୍ଚିହ୍ନପ୍ରାୟ ଜୀବଜନ୍ତୁଙ୍କ ଚାଲାଣ ଓ ଭକ୍ଷଣ ଚାଲିଛି।
କଳାବଜାରରେ ଏପରି ଜୀବଜନ୍ତୁଙ୍କୁ ବିକ୍ରୟ କରାଯାଏ। ଭିଏତ୍ନାମର ସଂରକ୍ଷଣ ଆଇନ୍ ବଳବତ୍ତର ଜୀବଜନ୍ତୁଙ୍କୁ କେହି ମାରି ଖାଉଥିବାର ଦୃଶ୍ୟ ପ୍ରାୟ ପ୍ରସାରଣ ହୁଏ ନାହିଁ।
୩୫ ରୁ ୫୯ ବର୍ଷ ମଧ୍ୟର ଏହି ଛଅ ଜଣ ଲୋକେ ଗୋଟାଏ ଜୀବନ୍ତ ହନୁମାଙ୍କଡ଼ ଖାଉଥିବାର ଚଳନ୍ତି ଦୃଶ୍ୟ ଗୋଟାଏ ମୋବାଇଲ୍ ଫୋନ୍ରେ ଉତ୍ତୋଳନ କରିବା ସହ ସେହି ବିଚଳିତକାରୀ ଭିଡିଓଟିକୁ ନଭେମ୍ବର ୧୭ ତାରିଖ ଦିନ ଫେସ୍ବୁକ୍ରେ ଷ୍ଟ୍ରିମ୍ କରିଥିଲେ।
ଶେଷରେ ସେମାନଙ୍କୁ ଚିହ୍ନଟ କରାଯାଇ ଗତ ଗୁରୁବାର ଦିନ ଗିରଫ କରାଯାଇଛି।
କେନ୍ଦ୍ରୀୟ ହା ତିନ୍ ପ୍ରଦେଶର ଜଣେ ପୁଲିସ ଅଫିସର କହନ୍ତି: ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବାକୁ ଆମକୁ ସମୟ ଲାଗିଲା।
ସେମାନଙ୍କ ବିରୋଧରେ ନିଶ୍ଚିହ୍ନପ୍ରାୟ ଏବଂ ମୂଲ୍ୟବାନ୍ ଜୀବଜନ୍ତୁଙ୍କ ସୁରକ୍ଷା ନିମିତ୍ତ ଆଇନ୍କୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସେମାନେ ମଧ୍ୟ ଅପରାଧ କରିଥିବା କଥା ସ୍ୱୀକାର କରିଛନ୍ତି।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ୪୯ ଡଲାର୍ ବିନିମୟରେ ଗୋଟାଏ ଶିକାରୀ ଠାରୁ ମାଙ୍କଡ଼ଟି କିଣିଥିଲେ।
ବିଶ୍ୱବ୍ୟାପୀ ସବୁଠୁ ନିଶ୍ଚିହ୍ନପ୍ରାୟ ମର୍କଟ ପ୍ରଜାତିଙ୍କ ମଧ୍ୟରୁ ପତ୍ରଭୋଜୀ ହନୁମାଙ୍କଡ଼ ଅନ୍ୟତମ। ସେମାନେ କେବଳ ଭିଏତ୍ନାମର ଉତ୍ତରଭାଗରେ ଦେଖାଯାଆନ୍ତି।