ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହେବା ସହ ଘନ ଘନ ଚଢ଼ାଉରେ ଏମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଥିବା ଜମାପଡ଼ିଛି। ଆତ୍ମସମର୍ପଣ କରିଥିବା ୬ ନକ୍ସଲ ମଧ୍ୟରୁ ଜଣେ ନକ୍ସଲ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା।
ଏହି ନକ୍ସଲଙ୍କୁ ଆତ୍ମସମର୍ପଣ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ଏସଟିଏଫ,୨୧୭ ସିଆରପିଏଫ ବାହିନୀ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ୨ ଲକ୍ଷ ପୁରସ୍କାରର ଘୋଷିତ କୁଞ୍ଜାମ ମାସା(୩୦), କୁଞ୍ଜାମ ଜଗା(୨୭), ବୋଡକେ ହୁର୍ରା(୩୪), ମଡ଼କମ ହିଡ଼ମା(୨୮), ବାଞ୍ଜାମ କୋସା(୨୫) ଏବଂ ମାଡବୀ ଜଗା(୩୦)।
ଏହି ନକ୍ସଲମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ତେବେ ନକ୍ସଲ ସଂଗଠନରେ ପୂର୍ବ ଭଳି କୌଣସି ଲକ୍ଷ୍ୟ ନେଇ କାମ କରାଯାଉନଥିବାରୁ ସଂଗଠନ ଛାଡିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି। ସୁରକ୍ଷାକର୍ମୀ ଲଗାତାର ଜଂଗଲରେ ପଶି ପ୍ରତିଦିନ ଏନକାଉଣ୍ଟର କରୁଥିବାରୁ ମଧ୍ୟ ଏମାନେ ଭୟଭିତ ହୋଇଥିବା କୁହାଯାଇଛି। ତେବେ ପୁଲିସ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବା ସହ ଥଇଥାନ କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/01/20/DLC8iv7dSLFXm8rCf0Py.jpg)