ନୂଆଦିଲ୍ଲୀ : ସଂସଦର ୫ଟି ବିଭିନ୍ନ କମିଟିରେ ସଦସ୍ୟ ରୂପେ ଓଡିଶାର ୬ଜଣ ଲୋକସଭା ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ମନୋନୀତ କରିଛନ୍ତି।
ସଂସଦୀୟ ସବ୍ଅର୍ଡିନେଟ୍ ଲେଜିସଲେସନ୍ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ସୁରେଶ ପୂଜାରୀ, ପେପର୍ ଉପସ୍ଥାପନ କମିଟିର ସଦସ୍ୟ ରୂପେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଗଭର୍ମେଣ୍ଟ ଆସୁରେନ୍ସ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରିଭିଲେଜ୍ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ଏଥିକ୍ସ କମିଟିର ସଦସ୍ୟ ରୂପେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବାଚସ୍ପତି ଓମ ବିର୍ଲା ମନୋନୀତ କରିଥିବାର ଲୋକସଭା ସଚିବାଳୟର ବୁଲେଟିନରୁ ଜଣାପଡିଛି।