ରାଞ୍ଚି : ଝାଡ଼ଖଣ୍ଡରେ ବିରୋଧୀ ଦଳ କଂଗ୍ରେସ ଏବଂ ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚା)କୁ ଶକ୍ତ ଝଟ୍କା ଲାଗିଛି। ଆଜି ଜେଏମ୍ଏମ୍ ବିଧାୟକ କୁନାଲ ସାରଂଗୀ, ଜେପି ଭାଇ ପଟେଲ, ଚମରା ଲିଣ୍ଡା, କଂଗ୍ରେସ ବିଧାୟକ ସୁଖଦେବ ଭଗତ ଏବଂ ମନୋଜ ଯାଦବ, ନବ ଯବାନ ସଂଘର୍ଷ ମୋର୍ଚ୍ଚା ବିଧାୟକ ଭାନୁ ପ୍ରତାପ ସାହି ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ମନୋଜ ଯାଦବ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। କିଛି ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସ୍ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଡିଜିପି ଡିକେ ପାଣ୍ଡେ, ପୂର୍ବତନ ଆଇପିଏସ୍ ଏବଂ କଂଗ୍ରେସ ନେତା ଅରୁଣ ଓରାଅନ୍, ଏବଂ ପୂର୍ବତନ ଆଇଏଏସ୍ ସୁଚିତ୍ରା ଏବଂ ଆରପି ଶାହି। ଉପରୋକ୍ତ ନୂଆ ସଦସ୍ୟମାନେ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଜେପି ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମଣ ଗିଲୁୱା ଏବଂ ଦଳର ନିର୍ବାଚନ ପ୍ରଭାରୀ ନନ୍ଦ କିଶୋର ଯାଦବଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।
ଝାଡ଼ଖଣ୍ଡରେ କଂଗ୍ରେସ-ଜେଏମ୍ଏମ୍କୁ ଝଟ୍କା : ବିଜେପିରେ ଯୋଗଦେଲେ ୬ ବିଧାୟକ
/sambad/media/post_attachments/wp-content/uploads/2019/10/EHisQvyUUAAJJHo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)