ହାଇଡ୍ରୋଜେନ୍‌ ବେଲୁନ୍‌ ଫାଟି କେ. ଟି. ରାମା ରାଓଙ୍କ ରାଲିରେ ୬ ପୋଡ଼ିଗଲେ

ହାଇଦ୍ରାବାଦ: ଗୁରୁବାର ଦିନ ଉପ୍ପଲ ଠାରେ କେ. ଟି. ରାମା ରାଓଙ୍କ ରୋଡ୍‌ ସୋ ଆରମ୍ଭ ହେବାର କେଇ ମିନିଟ୍‌ ଆଗରୁ ଜନଗହଳି ମଧ୍ୟରେ ଟିଆର୍‌ଏସ୍‌ କର୍ମୀମାନେ ଆଣିଥିବା ଉଦ୍‌ଜାନଭରା ବେଲୁନ୍‌ ଫାଟି ଯିବାରୁ ୬ ଜଣ ଲୋକ ପୋଡ଼ି ଯାଇଛନ୍ତି।
ଚିକିତ୍ସା ନିମନ୍ତେ ସେମାନଙ୍କୁ ତୁରନ୍ତ ନିକଟବର୍ତ୍ତୀ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ରଚକୋଣ୍ଡା ଥାନା ଅଧିକାରୀ କହିଛନ୍ତି। ଉଦ୍‌ଜାନ ବା ହାଇଡ୍ରୋଜେନ୍‌ ଦହନଶାଳୀ ହୋଇଥିବାରୁ ଏଭଳି ବେଲୁନ୍‌ରେ ବ୍ୟବହାର କରିବା ବିପଜ୍ଜନକ। ବେଲୁନ୍‌ରେ ହିଲିୟମ୍‌ ଗ୍ୟାସ୍‌ ବ୍ୟବହାର କରାଯିବା କଥା।
ରାମା ରାଓଙ୍କ ରୋଡ୍‌ ସୋ’ ଦେଖିବା ନିମନ୍ତେ ଉପ୍ପଲ୍‌ ମେଟ୍ରୋ ରେଳ ଷ୍ଟେସନ୍‌ ଠାରେ ଶହ ଶହ ଟିଆର୍‌ଏସ୍‌ କର୍ମୀ ସମବେତ ହୋଇଥିବା ବେଳେ ଦୁର୍ଘଟନା ଘଟିଥିଲା। ସେମାନେ ହିଲିୟମ୍‌ ବାସ୍ପ ଭରା ଶହ ଶହ ଗୋଲାପୀ ବେଲୁନ୍‌ ଓ ଦଳର ପତାକା ଧରି ମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ। ଅପରାହ୍ଣ ୩:୫୮ରେ ରଘୁପତି ରେଡ୍ଡୀ ନାମକ ଜଣେ ଦଳୀୟ କର୍ମୀ ଆକାଶକୁ କେତୋଟି ବେଲୁନ୍‌ ଛାଡ଼ିଥିଲେ। ସେସବୁ ଫାଟି ଯାଇ ନିମିଷକ ପାଇଁ ଅଗ୍ନି ପିଣ୍ଡୁଳା ପାଲଟି ଯାଇଥିଲା।
ଅକ୍ଟୋବର ୮ ତାରିଖ ଦିନ ଜବଲପୁର ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ରାଲିରେ ଏ ଭଳି ବିସ୍ଫୋରଣ ଘଟିଥିଲା।

ସମ୍ବନ୍ଧିତ ଖବର