କାର୍‌ ଧକ୍କାରେ ୬ ତୀର୍ଥଯାତ୍ରୀ ମୃତ

ଆରାବଳୀ : ଗୁଜରାଟର ଆରାବଳୀ ଜିଲ୍ଲାର ମାଲ୍‌ପୁର ଅଞ୍ଚଳରେ ଶୁକ୍ରବାର ଦିନ କିଛି ତୀର୍ଥଯାତ୍ରୀଙ୍କ ଉପରେ ଇନୋଭା କାର୍‌ ମାଡ଼ିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ବନାସକାଣ୍ଠା ଜିଲ୍ଲାର ଅମ୍ବାଜୀ ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କାର୍‌ ଡ୍ରାଇଭର୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଦେବାରୁ ଦୁର୍ଘଟଣା ହୋଇଥିଲା। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ମସଜିଦରେ ବିସ୍ଫୋରଣ, ୧୮ ମୃତ
କାବୁଲ : ଆଫଗାନିସ୍ତାନର ହେରତରେ ଶୁକ୍ରବାର ଦିନ ଏକ ମସଜିଦ‌ରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଫଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ହେରତର ପଶ୍ଚିମ ସହର ଗୁଜରଗଡ଼ ମସଜିଦରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ସମୟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୨୧ ଜଣ ଆହତ ହୋଇଛନ୍ତି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ତେବେ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ସମ୍ବନ୍ଧିତ ଖବର