କନ୍ନୌଜରେ ବସ୍‌ ଚଢ଼ିଯାଇ ଛଅ ଛାତ୍ରଛାତ୍ରୀ ଓ ଶିକ୍ଷକ ମୃତ

କନ୍ନୌଜ: ସୋମବାର ସକାଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌େଓ୍ଵରେ ବସ୍‌ ଚାପାରେ ଛଅ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ନିହତ ହୋଇଥିବା ବଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା କଥା ପୁଲିସ କହୁଛି।

ପୁଲିସ ମୁଖପାତ୍ରଙ୍କ କହିବାନୁସାରେ, ଭୋର୍‌ ପ୍ରାୟ ୪ଟା ସମୟରେ ତିର୍‌ଓ୍ଵା ଠାରେ ଦୁର୍ଘଟଣା ଘଟିଛି।

ଛାତ୍ରଛାତ୍ରୀମାନେ ଗୋଟିଏ ବସ୍‌ରୁ ଅନ୍ୟ ଏକ ବସ୍‌କୁ ଡିଜେଲ୍‌ ଭରୁଥିବା ବେଳେ ଦୁର୍ଘଟଣା ଘଟିଛି। ସେତେବେଳେ ସେ ପାଖ ଦେଇ ଯାଉଥିବା ଅନ୍ୟ ଏକ ବସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏ ପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ସାତ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଶିକ୍ଷକ ଓ ଛଅ ଜଣ ଛାତ୍ରଛାତ୍ରୀ। ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି

ଛାତ୍ରଛାତ୍ରୀମାନେ ସନ୍ଥ କବୀରନଗର ଜିଲ୍ଲାରୁ ହରିଦ୍ୱାର ଅଭିମୁଖେ ଯାଉଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀବନହାନି ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି।

ଉତ୍ତରପ୍ରଦେଶ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି କି, କନ୍ନୌଜ ଠାରେ ସଡ଼କ ଦୁର୍ଘଟନା ଯୋଗୁଁ ସନ୍ଥ କବିରନଗରସ୍ଥିତ ବେସିକ୍‌ ଟ୍ରେନିଙ୍ଗ୍‌ ସାର୍ଟିଫିକେଟ୍‌ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକଙ୍କର ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖୀତ। ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଚିକିତ୍ସା ନିମନ୍ତେ ପ୍ରତ୍ୟେକଙ୍କୁ ୫୦୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର