୬ ଜଣ ପୁଲିସ ବାବୁ ମଦ ପିଇବା ସହ ବୋତଲ ଧରି ରାସ୍ତାରେ ଗଡ଼ି ନାଚୁଥିଲେ ‘ନାଗିନ୍‌’ ଡ୍ୟାନ୍ସ; ଭିଡିଓ ହେଲା ଭାଇରାଲ: ତା’ପରେ…

ହାଇଦ୍ରାବାଦ: ଜଣେ ଆସିଷ୍ଟାଣ୍ଟ ସବ୍‌- ଇନସପେକ୍ଟର (ଏଏସ୍‌ଆଇ)ଙ୍କ ସମେତ ତେଲେଙ୍ଗାନା ପୁଲିସ୍‌ର ଛଅ ଜଣ ଅଧିକାରୀ ହାତରେ ମଦବୋତଲ ଧରି ଖୁଲମ୍‌ଖୁଲା ସର୍ବ ସାଧାରଣ ସ୍ଥାନରେ ମଧ୍ୟପାନ କରିବା ଏବଂ ନିଶା ହୋଇଯିବା ପରେ ମତୁଆଲା ଅବସ୍ଥାରେ ରାସ୍ତା ଉପରେ ‘ନାଗିନ୍‌’ ଡ୍ୟାନ୍ସ କରିବା ଏବେ କେବଳ ତେଲେଙ୍ଗାନା କାହିଁକି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଏହି ପୂରା ଘଟଣାର ଭିଡିଓ ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯିବା ପରେ ହରଡ଼ଘଣାରେ ପଡ଼ି ଯାଇଛି ତେଲେଙ୍ଗାନା ପୁଲିସ୍‌।

ଭାଇରାଲ ହୋଇଥିବା ଭିଡିଓରେ ତେଲେଙ୍ଗାନା ପୁଲିସର ସଂପୃକ୍ତ ଅଧିକାରୀମାନେ ସାଧା ପୋଷାକରେ ଥାଇ ଏପରି କରୁଥିବା ଦେଖିବାକୁ ମିଳିଛି। ତେବେ, ଏପରି କରୁଥିବା ସମୟରେ ସେମାନେ ଡ୍ୟୁଟିରେ ଥିଲେ ନା ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ପୁଲିସ୍‌ ବାବୁମାନେ ଏକାଠି ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ମଝିବାଟରେ ସେମାନଙ୍କ ଗାଡ଼ିକୁ ରଖୁଛନ୍ତି। ଆଉ ସ୍ପଷ୍ଟ ଦିବାଲୋକରେ ଏକ ପଡ଼ିଆ ପାଖରେ ଗାଡ଼ି ଭିତରୁ ମଦ ବୋତଲ ବାହାର କରି ଖୁଲମଖୁଲା ପିଉଛନ୍ତି ଏବଂ ସେମାନଙ୍କ ଗାଡ଼ିରେ ଲାଗିଥିବା ‘ସାଉଣ୍ଡ ସିଷ୍ଟମ’ରେ ‘ନାଗିନ୍‌’ ଗୀତକୁ ଫୁଲ୍‌ ସାଉଣ୍ଡରେ ବଜାଇବା ସହ ହାତରେ ମଦ ବୋତଲ ଧରି ରାସ୍ତା ଉପରେ ସାପ ସଦୃଶ ଗଡ଼ି ଗଡ଼ି ନାଚୁଛନ୍ତି।

Flipboard

ଏସମସ୍ତ ପୁଲିସ୍‌ ବାବୁମାନେ କୋଠୁର ପୁଲିସ୍‌ ଥାନାର ବୋଲି ଜଣାପଡ଼ିବା ପରେ ଏବେ ସେମାନଙ୍କୁ ସାଇବରାବାଦ୍‌ ପୁଲିସ୍‌ ମୁଖ୍ୟାଳୟକୁ ଡକାଯିବା ସହ ଘଟଣା ସଂପର୍କରେ କୈଫିୟତ ମଗା ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର