ମହିନ୍ଦା ରାଜପ‌କ୍ଷ ସମେତ ୧୬ ନେତା ଦେଶ ଛାଡ଼ିପାରିବେନି, କଟକଣା ଲଗାଇଲେ ଶ୍ରୀଲଙ୍କା କୋର୍ଟ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ, ତାଙ୍କ ପୁଅ ତଥା ସାଂସଦ ନମଲ ରାଜପକ୍ଷଙ୍କ ସମେତ ୧୬ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲାଗିଛି। ଚଳିତ ସପ୍ତାହରେ କଲମ୍ବୋରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଚାଲିଥବା ମହିନ୍ଦା ରାଜପକ୍ଷ ଏବଂ ଅନ୍ୟମାନଙ୍କ ବିଦେଶ ଗସ୍ତ ଉପରେ ଶ୍ରୀଲଙ୍କା କୋର୍ଟ କଟକଣା ଲଗାଇଛନ୍ତି।

ମହିନ୍ଦା ରାଜପକ୍ଷ ସମେତ ୧୬ ନେତାଙ୍କୁ ସେମାନଙ୍କ ପାସପୋର୍ଟ ଦାଖଲ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ବାହିନୀର ଅନୁରୋଧକ୍ରମେ ଅଦାଲତ ଆଜି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଶ୍ରୀଲଙ୍କା ଶାସକ ଦଳକୁ ପ୍ରତିନିଧିତ୍ବ କରୁଥିବା ୧୩ ଜଣ ବିଧାୟକଙ୍କ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ଆନ୍ଦୋଳନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିବା ମହିନ୍ଦା ରାଜପକ୍ଷଙ୍କ ସମେତ ମୋଟ୍‌ ୧୬ ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଉଲ୍ଲେଖଯୋଗ୍ୟଳ ଚଳିତ ସପ୍ତାହରେ ଶ୍ରୀଲଙ୍କାରେ ଘଟିଥିବା ହିଂସା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ। ହିଂସା ପରେ ମହିନ୍ଦା ରାଜପକ୍ଷ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆନ୍ଦୋଳନକାରୀମାନେ ଶତାଧିକ ଘର ଜାଳି ଦେଇଛନ୍ତି।

ସମ୍ବନ୍ଧିତ ଖବର