ସମସ୍ତଙ୍କୁ ଭୋଟ୍‌ ଦାନ ଲାଗି ଅପିଲ କରୁଥିବା ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ କଲେ ନାହିଁ ମତଦାନ, ଏହା ଥିଲା କାରଣ

ନୂଆଦିଲ୍ଲୀ : ରବିବାର ଷଷ୍ଠ ପର୍ଯ୍ୟାୟ ମତଦାନ ଥିବା ବେଳେ ଅନେକ ବଡ଼ ବଡ଼ ନେତା ଏବଂ ଅଭିନେତା ପୋଲିଂ ବୁଥ୍‌କୁ ଯାଇ ମତଦାନ କରିଥିବା ଦେଖାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭଉଣୀ ପ୍ରି୍ୟଙ୍କା ଗାନ୍ଧୀ ଭଦ୍ରା ଏବଂ ଭିଣୋଇ ରବର୍ଟ ଭଦ୍ରା ଦିଲ୍ଲୀରେ ମତଦାନ କରିଥିବା ବେଳେ ପ୍ରିୟଙ୍କାଙ୍କ ପୁଅ ମତଦାନ କରି ନ ଥିବା ଜଣା ପଡ଼ିଛି । ପ୍ରିୟଙ୍କାଙ୍କ ପୁଅ ରେହାନଙ୍କୁ ୧୯ବର୍ଷ ହୋଇ ସାରିଥିବା ବେଳେ ସେ ଚଳିତ ବର୍ଷ ନିଜର ପ୍ରଥମ ମତଦାନ କରିଥାନ୍ତେ । କିନ୍ତୁ ତାଙ୍କୁ ପରିବାର ସହ ଦେଖିବାକୁ ମିଳି ନ ଥିଲା ।

oneindia.com

ଏହାର କାରଣ ପଚରାଯିବା ପରେ, ରେହାନ ଭାରତରେ ନାହାନ୍ତି, ସେ ପଢ଼ିବା ପାଇଁ ଲଣ୍ଡନ ଫେରି ଯାଇଛନ୍ତି ବୋଲି କହିଥିଲେ ପ୍ରିୟଙ୍କା । ପୂର୍ବରୁ ପ୍ରିୟଙ୍କା କିଛି ନିର୍ବାଚନୀ ସଭାକୁ ପୁଅ ରେହାନ ଏବଂ ଝିଅ ମିରାୟାକୁ ନେଇ ଯାଇଥିବାର ଦେଖାଯାଇଥିଲା । ତେବେ ଏତେ ପ୍ରଚାର କରିବା ସହ ଲୋକମାନଙ୍କୁ ମତଦାନ କରିବାକୁ କହୁଥିବା ପ୍ରିୟଙ୍କାଙ୍କ ପୁଅ ମତଦାନ କରି ନଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଲୋକେ ତାଙ୍କୁ ଏ ନେଇ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର