କୋଚି: କେରଳ କୋଚିର ବହୁ ଚର୍ଚ୍ଚିତ ଭୂତବଙ୍ଗଳା ଉପରେ ହଠିଛି ପରଦା । ଭୂତକୋଠି କୁହାଯାଉଥିବା ଘର ଭିତରୁ ଦୁଇ ଦଶନ୍ଧି ପରେ ମିଳିଛି କଙ୍କାଳ ଓ ଖପୁରୀ । ଯାହା କୋଚି ପୁଲିସର ନିଦ ହଜାଇ ଦେଇଛି । ଏବେ ହତ୍ୟା ଅଭିଯୋଗରେ ଦଶନ୍ଧି ପୁରୁଣା ଦସ୍ତାବିଜ୍ ଖେଳାଉଛି ପୁଲିସ୍ ।
କେରଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୨୦ ବର୍ଷ ଧରି ବନ୍ଦ ଥିବା ଏକ ଘରୁ ମିଳିଛି ଏମିତି କିଛି ଯାହା ପୁଲିସର ନିଦ ହଜାଇ ଦେଇଛି । କେରଳର କୋଚିରେ ଥିବା ଏକ ପରିତ୍ୟକ୍ତ ବଙ୍ଗଳା । ଯାହାକୁ ପ୍ରାୟ ଦୁଇ ଦଶନ୍ଧି ହେବ ତାଲା ପକାଯାଇ ରଖାଯାଇଥିଲା । ଏବେ ସେହି ବଙ୍ଗଳାରୁ ମିଳିଛି ମଣିଷର କଙ୍କାଳ ଓ ଖପୁରୀ ।
କୋଚିର ପରିତ୍ୟକ୍ତ ବଙ୍ଗଳା ପ୍ରାୟ ୨୦ ବର୍ଷ ପରେ ଖୋଲାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଲା ବଙ୍ଗଳା ଭିତରେ ଥିବା ଏକ ବହୁ ପୁରୁଣା ଫ୍ରିଜ୍ ଭିତରେ ରହିଥିଲା ଏହି କଙ୍କାଳ ଓ ଖପୁରୀ । ତେଣୁ କେହି ଜଣେ ଏଠି ଦୁଇ ଦଶନ୍ଧି ତଳେ ହତ୍ୟା କରି ଏଭଳି କରିଥିବା ପୁଲିସର ସନ୍ଦେହ । ଏଥିପାଇଁ ଏବେ କୋଚି ପୁଲିସ ପୁରୁଣା ନିଖୋଜ ଦସ୍ତାବିଜ୍ ଓ ଏଫ୍ଆଇଆର୍ କପି ଖୋଜୁଛି ।
କୋଚିରେ ଏହି ବଙ୍ଗଳାକୁ ଅନେକ ବର୍ଷ ଧରି ଲୋକ ଭୂତପ୍ରେତ ବାସସ୍ଥାନ କହି ଗୁଜବରେ ରହୁଥିଲେ । କିନ୍ତୁ ଏବେ ସେଠାରୁ ଏକ ହତ୍ୟାକାଣ୍ଡର ଖୁଲାସ ହେବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/08/rYrYmQpKhlYgKyBATIBk.jpg)