ନୂଆଦିଲ୍ଲୀ: ବିଶ୍ବବାସୀଙ୍କ ପାଇଁ କରୋନାଭାଇରସ୍ ମହାମାରୀ ଆଣିଥିବା ନୂଆ ନୂଆ ଆହ୍ବାନର ମୁକାବିଲା କରିବା ନିମନ୍ତେ ଦକ୍ଷତା ବଳରେ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ କହିଲେ, ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ। ସହସ୍ରାବ୍ଦୀ ଯୁବାର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା। କୋଭିଡ୍-୧୯ କାର୍ଯ୍ୟର ସ୍ବରୂପ ବଦଳାଇ ଦେଇଛି। ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି। ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡ଼ିବ।
Image Courtesy of Livemintଏହାପରେ ପ୍ରଧାନମନ୍ତ୍ରୀ କହିଲେ, ସାମ୍ପ୍ରତିକ ସମୟରେ ସମୟ ଉପଯୋଗୀ ହୋଇ ରହିବା ଅତି ଗୁରୁତ୍ବପୂର୍ଣ୍ଣ। ତେବେ ଯାଇ ଲୋକେ ନିଜ ନିଜର ଜୀବୀକା ଉପାର୍ଜ୍ଜନ କରିବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ। ପ୍ରାସଙ୍ଗିକ ହୋଇ ରହିବାର ମନ୍ତ୍ର ହେଉଛି- ଦକ୍ଷ ହୁଅ, ପୁନଃ- ଦକ୍ଷତା ହାସଲ କର ଓ ଅତିରିକ୍ତ ଦକ୍ଷତା ହାସଲ କର।
Image Courtesy of Hindustan Timesଏହାକୁ ବୁଝାଇ ଦେଇ ସେ କହିଲେ, ତୁମ୍ଭମାନଙ୍କୁ ଦକ୍ଷତା ଶିକ୍ଷା କରିବାକୁ ପଡ଼େ। ଦୃଷ୍ଟାନ୍ତସ୍ବରୂପ ଖଣ୍ଡେ କାଠରୁ ଚେଆର୍ଟିଏ ଗଢ଼ିବା। ଅର୍ଥାତ୍ ଅଧିକ କିଛି ଆବଶ୍ୟକତା ଯୋଗ କରି ତୁମେ ସେ କାଠ ଖଣ୍ଡକର ମୂଲ୍ୟ ବଢ଼ାଇ ଦେଲ। ସମୟ ଉପଯୋଗୀ ରହିବା ପାଇଁ ତୁମକୁ ଯେଉଁ ଥିରେ ହେଉ ନା କାହିଁକି, କିଛି ନା କିଛି ଯୋଗ କରିବାକୁ ପଡ଼ିବ। କିନ୍ତୁ, ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମର ଦକ୍ଷତାକୁ ଆହୁରି ପ୍ରସସ୍ଥ କରିବାକୁ ପଡ଼ିବ। ଏହା ହେଉଛି ଅତିରିକ୍ତ ଦକ୍ଷତା।
ସେ ପୁଣି କହିଲେ କି, କେବଳ ଯୁବବର୍ଗ ନୁହନ୍ତି, ଯେକୌଣସି ବ୍ୟକ୍ତିବିଶେଷ ଏ ପଥରେ ଆଗେଇ ପାରିବେ। ନୂଆ ଜିନିଷ ଶିଖ ଓ ଦକ୍ଷତା ବଢ଼ାଇ ଚାଲ। ଏହା ଆମକୁ ଆତ୍ମନିର୍ଭର କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Modi-Speech-on-Digital-Conclave_Thumbnail_2-1.jpg)