ମୌସୁମୀ ଉପରେ ଏଲ-ନିନୋର କଳାବାଦଲ, ବୃଷ୍ଟିପାତ ପରିମାଣ ୭୭% କୁ ହ୍ରାସ ପାଇପାରେ : ସ୍କାଇମେଟ୍‌

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଆଡକୁ ମୁହାଁଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏହା କେରଳ ଛୁଇଁବା ସମ୍ଭାବନା ରହିଛି । ଏଥିପାଇଁ ପରିବେଶ ଅନୁକୂଳ ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ କହିଛି ।
ତେବେ ସ୍କାଇମେଟ ଆଉ ଏକ ବିପଦ ପ୍ରତି ସତର୍କ କରାଇଦେଇଛି । ଏଥରର ଏଲନିନୋ ପ୍ରଭାବ ଆଶାଠାରୁ ଅଧିକ ପଡିବ । କାରଣ ଗତ ତିନିମାସ ମଧ୍ୟରେ ଏଲନିନୋର ତୀବ୍ରତା ଆହୁରି ବୃଦ୍ଧି ପାଇଛି । ଏହାର ନକାରାତ୍ମକ ପ୍ରଭାବ ମୌସୁମୀ ଉପରେ ପଡିବ । ଏପରିକି ଏବର୍ଷ ମୌସୁମୀ ବର୍ଷାର ପରିମାଣ ଚିନ୍ତାଜନକଭାବେ ହ୍ରାସ ପାଇପାରେ । ଏପରିକି ଏହା ୭୭% ପର୍ଯ୍ୟନ୍ତ ନିଅଣ୍ଟିଆ ହୋଇପାରେ ।

ଏଥର ମୌସୁମୀ ବିଳମ୍ବରେ ଭାରତକୁ ଆସୁଛି । ସାଧାରଣତଃ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ, କିନ୍ତୁ ଆଜି ଜୁନ ୬ ହେବା ସତ୍ତ୍ୱେ ମୌସୁମୀର ଦେଖାନାହିଁ । ସେହିପରି ମେ ମାସରେ ହେଉଥିବା ପ୍ରାକ ମୌସୁମୀ ବର୍ଷା ପରିମାଣ ମଧ୍ୟ ଅନେକ ହ୍ରାସ ପାଇଛି । ସ୍କାଇମେଟର ଅନୁମାନ ଅନୁସାରେ ମୌସୁମୀ ଆସିବା ପରେ ମଧ୍ୟ ବୃଷ୍ଟିପାତ ପରିମାଣ ଧୀମା ହୋଇଯିବ ।

ସମ୍ବନ୍ଧିତ ଖବର