ଏବର୍ଷ ସ୍ବାଭାବିକ ବର୍ଷା : ସ୍କାଏମେଟର ପୂର୍ବାନୁମାନ

ହାଇଦ୍ରାବାଦ : ଏ ବର୍ଷ  ମୌସୁମୀ ପ୍ରବାହ ସ୍ବାଭାବିକ ରହିବ ବୋଲି ଘରୋଇ ପାଣିପାଗ ପୁର୍ବାନୁମାନକାରୀ ସଂସ୍ଥା ସ୍କାଏମେଟ ଓ୍ବେଦର ପକ୍ଷରୁ  କୁହାଯାଇଛି । ସଂସ୍ଥା ପକ୍ଷରୁ ପ୍ରକାଶିତ ପ୍ରାରମ୍ଭିକ ମୌସୁମୀ ରିପୋର୍ଟରେ କୁହାଯାଇଛି ଯେ ଏବର୍ଷ ସ୍ବାଭାବିତ ମୌସୁମୀ ବର୍ଷା ହେବାର ସମ୍ଭାବନା ପ୍ରାୟ ୫୦ ପ୍ରତିଶତ । ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର  ସାମାନ୍ୟ ସମ୍ଭାବନା ରହିଛି ବୋଲି  ସ୍କାଏମେଟରେ ପରିଚାଳନା ନିର୍ଦ୍ଦେଶକ ଯତିନ ସିଂ କହିଛନ୍ତି ।  ତେବେ ମୌସୁମୀ ପ୍ରବାହର ସବିଶେଷ ପୂର୍ବାନୁମାନ ଏବେଠାରୁ ଲଗାଇବା ସମ୍ଭବ ନୁହେଁ ଓ ସବିଶେଷ ମୌସୁମୀ ରିପୋର୍ଟ ଆସନ୍ତା ମାର୍ଚ୍ଚ ୧୫ରୁ ଏପ୍ରିଲ ୧୫ ମଧ୍ୟରେ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଏବର୍ଷ ଏଲନିନୋ ପ୍ରଭାବ ସେତେଟା ରହିବ ନାହିଁ, ଏଣୁ ସ୍ବାଭାବିକ ମୌସୁମୀ ହେବାରେ କୌଣସି ଅସୁବିଧା ନାହିଁ । ସାଧାରଣତଃ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବୃଷ୍ଟିପାତ ରହିଲେ ତାହାକୁ ସ୍ବାଭାବିକ ବୋଲି କୁହାଯାଏ । ୯୬ ପ୍ରତିଶତରୁ କମିଲେ ତାହାକୁ  ନିଅଣ୍ଟିଆ ବୃଷ୍ଟିପାତ ବୋଲି କୁହାଯାଏ । ସ୍ବାଭାବିକ ମୌସୁମୀ ଉପରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିର୍ଭର କରେ, କାରଣ ଦେଶର ପ୍ରାୟ ୬୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି ।

ସମ୍ବନ୍ଧିତ ଖବର