ନୂଆଦିଲ୍ଲୀ: କିଛି ଦିନ ତଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯୁଦ୍ଧ ଆରମ୍ଭ ହେବାର ୨ମାସ ମଧ୍ୟରେ ରୁଷୀୟ ସୈନିକଙ୍କ ଏଭଳି ବର୍ବରତାର ଖବର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ପୁଣି ଥରେ ସେଭଳି ଖବର ସାମ୍ନାକୁ ଆସିଛି। ମୋ ସହ ରାତି ବିତାଅ ନଚେତ ଆଉ ୨୦ ଜଣଙ୍କୁ ଡାକିବି ବୋଲି ଧମକ ଦେଇ ନିଶାଶକ୍ତ ଥିବା ଜଣେ ରୁଷୀୟ ସୈନିକ ଜଣେ ୧୬ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

Advertisment

ପୀଡ଼ିତାଙ୍କ କହିବା ମୁତାବକ, ବୋମା ମାଡ଼ ହେଉଥିବାରୁ ଆମ ପରିବାର ଘର ତଳେ ଥିବା ବେସମେଣ୍ଟରେ ଲୁଚି ରହିଥିଲେ। ଭୋକ ଲାଗିବାରୁ ମୁଁ ମୋର ଦୁଇ ଭଉଣୀଙ୍କ ସହ ବାହାରକୁ ଆସିଥିଲି। ଏହି ସମୟରେ ନିଶାଶକ୍ତ ଥିବା ରୁଷୀୟ ସୈନିକ ଆମକୁ ଦେଖି ଦେଇଥିଲେ। ୩ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଛାଡ଼ି ସେ ମୋତେ ପୋଷ‌ାକ କାଢ଼ିବାକୁ କହିଥିଲେ। ମୁଁ ଏଭଳି କରିବାକୁ ମନା କରିବା ପରେ ଆଉ ୨୦ ଜଣଙ୍କୁ ଡାକିବାର ଧମକ ଦେଇଥିଲେ। ଏହା ସହ ମୋତେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଅନ୍ୟ ଜଣେ ସୈନିକ ତାଙ୍କୁ ଅଟକାଇ ଥିଲେ ବି ସେ ଅଟକି ନଥିଲେ। ମୋ ସହ ଦୁଷ୍କର୍ମ କରିବା ପରେ ସେ ଚାଲି ଯାଇଥିଲେ।

Russian soldier indiatoday

କିଛି ଦିନ ତଳେ ଡେପୁଟି ମେୟର୍‌ ମାରିନା ବେସ୍‌ଚାତ୍‌ନା କହିଥିଲେ ଯେ,କମ୍‌ ଆକର୍ଷଣୀୟ ଦିଶିବାକୁ ଏବଂ ରୁଷୀୟ ସୈନିକମାନଙ୍କ ଦୁଷ୍କର୍ମରୁ ବର୍ତ୍ତିବା ନିମନ୍ତେ ରାଜଧାନୀ କିବ୍‌ରୁ ପ୍ରାୟ ୫୦ ମାଇଲ୍‌ ଦୂରବର୍ତ୍ତୀ ୟୁକ୍ରେନୀୟ ନଗରୀ ଇଭାନ୍‌କିଭ୍‌ରେ ତରୁଣୀ ଝିଅମାନେ ନିଜ ନିଜର କେଶକୁ ଛୋଟ ଛୋଟ କରି କାଟି ପକାଉଛନ୍ତି।