ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ମାର୍ଚ୍ଚ ୨୨ ରୁ ଆରମ୍ଭ ହେଉଛି । କ୍ରିକେଟପ୍ରେମୀ ଏହାକୁ ଚାହିଁ ବସିଛନ୍ତି । ତେବେ ଏହାର ଖେଳସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏପ୍ରିଲ ୬ ତାରିଖରେ କୋଲକାତାର ଇଡେନ ଗାଡେନ୍ସରେ ଖେଳାଯିବାକୁ ଥିବା କୋଲକାତା ନାଇଟରାଇଡର୍ସ ଓ ଲକ୍ଷ୍ନୌ ସୁପରଜାୟାଣ୍ଟସ ମଧ୍ୟରେ ହେବାକୁ ଥିବା ମ୍ୟାଚ ଗୌହାଟୀରେ ଖେଳାଯିବ । କୋଲକାତାରେ ରାମନବମୀ ପାଳନ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। କୋଲକାତା ପୋଲିସ ସୂଚନା ଦେଇଛି ଯେ ସେମାନେ ଏହି ଦିନ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ପାରିବେ ନାହିଁ।
ଗତବର୍ଷ ରାମନବମୀରେ କୋଲକାତା ସମେତ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସା ଦେଖାଯାଇଥିଲା । ଏବର୍ଷ କେବଳ କୋଲକାତାରେ ୨୦ ହଜାରରୁ ଅଧିକ ଶୋଭାଯାତ୍ରା ବାହାରିବ ବୋଲି ପୁଲିସ ଅଟକଳ କରିଛି । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ପୁଲିସ ସତର୍କ ହୋଇଯାଇଛି । ଏଣୁ ମ୍ୟାଚକୁ ଆବଶ୍ୟକ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ପୁଲିସ ଜଣାଇବା ପରେ ମ୍ୟାଚକୁ ଗୌହାଟୀକୁ ସ୍ଥାନାନ୍ତରିତ କରାଯାଇଛି ।
ଗତବର୍ଷ ରାମନବମୀରେ କୋଲକାତା ସମେତ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସା ଦେଖାଯାଇଥିଲା । ଏବର୍ଷ କେବଳ କୋଲକାତାରେ ୨୦ ହଜାରରୁ ଅଧିକ ଶୋଭାଯାତ୍ରା ବାହାରିବ ବୋଲି ପୁଲିସ ଅଟକଳ କରିଛି । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ପୁଲିସ ସତର୍କ ହୋଇଯାଇଛି । ଏଣୁ ମ୍ୟାଚକୁ ଆବଶ୍ୟକ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ପୁଲିସ ଜଣାଇବା ପରେ ମ୍ୟାଚକୁ ଗୌହାଟୀକୁ ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ମ୍ୟାଚ ଗୌହାଟୀକୁ ଚାଲିଯିବା ପରେ ବେଙ୍ଗଲ କ୍ରିକେଟ ଆସୋସିଏସନ ଏକ ବଡ଼ ଧରଣର ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2020/10/KKR-1.jpg)