ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୫୪ ହଜାର ନୂଆ ମାମଲା

ଦେଶରେ ମୋଟ୍‌ ଟିକାକରଣ ୩୦ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୫୪,୦୬୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୩୨୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୦୦,୮୨,୭୭୮କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ୬ ଲକ୍ଷ ୨୭ ହଜାର ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୬.୯୧ ପ୍ରତିଶତକୁ ବୃଦ୍ଧି ପାଇଛି। ୭୧ ପ୍ରତିଶତରୁ ଅଧିକ ନୂଆ ମାମଲା ୫ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରୁ ଚିହ୍ନଟ ହୋଇଛି।

କେରଳରେ ୧୨,୭୮୭ ସଂକ୍ରମଣ ମାମଲା ଥିବାବେଳେ ମହାରାଷ୍ଟ୍ରରେ ୧୦,୦୦୬, ତାମିଲନାଡ଼ୁରେ ୬,୫୯୬, ଆନ୍ଧ୍ରପ୍ରଦେଶରେ ୪,୬୮୪ ଏବଂ କର୍ଣ୍ଣାଟକରେ ୪,୪୩୬ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରୁ ସର୍ବାଧିକ ୫୦୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ତାମିଲନାଡ଼ୁରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮,୮୮୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୨,୯୦,୬୩,୭୪୦ରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଦିନ ଦେଶରେ ୫୧ ହଜାରରୁ କମ୍‌ ସଂକ୍ରମଣ ମାମଲା ଥିଲା ଏବଂ ଗୁରୁବାର ଦିନ ପ୍ରଥମ ଥର ପାଇଁ ୯୧ ଦିନରେ ସଂକ୍ରମଣ ମାମଲା ୫୦ ହଜାରରୁ କମ୍‌ ରହିଥିଲା।

‌ଦେଶରେ ମୋଟ୍‌ ଟିକାକରଣ ୩୦ କୋଟି ଟପିଲା
ନୂଆଦିଲ୍ଲୀ : ଦେଶରେ ମୋଟ୍‌ ଟିକାକରଣ ଆଜି ୩୦ କୋଟି ଟପିଛି। ଜାତୀୟ ଟିକାକରଣ ଅଭିଯାନ ଅଧୀନ‌ରେ ଦେଶରେ ଏଯାବତ୍‌ ୩୦.୧୬ କୋଟି ଡୋଜ୍‌ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪.୮୯ ଲକ୍ଷ ଡୋଜ୍‌ ଟିକା ଦିଆଯାଇଛି। ଟିକାକରଣର ୧୫୯ ଦିନରେ ଦେଶରେ ୫୮.୫୨ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ଏବଂ ୬.୩୭ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୧ ତାରିଖରେ ଦେଶରେ ନୂଆ ଟିକା ନୀତି ଲାଗୁ ହେବା ଦିନ ଦେଶରେ ରେକର୍ଡ ୮୮ ଲକ୍ଷରୁ ଅଧିକ ଡୋଜ୍‌ ଟିକା ଦିଆଯାଇଥିଲା। କିନ୍ତୁ ଗତକାଲି ଏବଂ ଏହାର ପୂର୍ବତନ ଟିକାକରଣ ସଂଖ୍ୟା କମିଛି। ୨୨ ତାରିଖରେ ୫୩ ଲକ୍ଷ ଲୋକ ଟିକା ନେଇଥିବାବେଳେ ୨୩ରେ ୬୪ ଲକ୍ଷ ଲୋକ ଟିକା‌ ନେଇଛନ୍ତି।

ସମ୍ବନ୍ଧିତ ଖବର