ବାରଣାସୀରୁ ଆସିବ ରୁପା ପାନ

ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ଉତ୍ସବରେ ବାରଣାସୀର ରୁପା ପାନ ସାମିଲ ହେବ। ଅଯୋଧ୍ୟାରେ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ରୁପାର ପାନର ଆବଶ୍ୟକତା ରହିଛି। ପୂଜା ବିଧିରେ ଏହାର ଆବଶ୍ୟକତା ଥିବାରୁ ବାରଣାସୀରୁ ରୁପା ପାନ ଆସିବ ବୋଲି ସ୍ଥିର ହୋଇଛି। ବାରଣାସୀର ‘ଚୌରାସିଆ’ ଗୋଷ୍ଠୀର ଲୋକେ ରୁପାର ସ୍ବତନ୍ତ୍ର ପାନ ପ୍ରସ୍ତୁତ କରି ଅଯୋଧ୍ୟାକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର