ଲଣ୍ଡନ: ପୁଣି ହେଲା ବିମାନ ଦୁର୍ଘଟଣା । ଉଡାଣ ଭରୁ ଭରୁ ଆକାଶରେ ହେଲା ଅଘଟଣ । ଦୁର୍ଘଟଣା ପରେ ବିସ୍ଫୋରଣରେ ପୂରା ଜଳିଗଲା ବିମାନ । ଏଭଳି ଏକ ଖବର ଲଣ୍ଡନରୁ ଆସିଥିବା ବେଳେ ବିମାନ ଯାତ୍ରାକୁ ନେଇ ଏବେ ଯାତ୍ରୀଙ୍କ ମନରେ ଛନକା ପଶିଛି ।

Advertisment

ତେବେ ଲଣ୍ଡନ ସାଉଥଏଣ୍ଡ ଏୟାରପୋର୍ଟ ନିକଟରେ ଏକ ଛୋଟ ବିମାନ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନ ୪ଟା ବେଳେ ଏହି ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଯାତ୍ରୀବାହୀ ବିମାନ-ବିଚ୍ ବି୨୦୦ ସୁପର କିଙ୍ଗ୍ ଏୟାର ବିମାନବନ୍ଦରରୁ ଉଡାଣ ଭରିବା ପରେ ପରେ ହିଁ ଦୁର୍ଘଟଣାର ଶିକାର ହୋଇ ଖସି ପଡିଛି । ଆଉ ଦୁର୍ଘଟଣା ପରେ ନୀଳ ଆକାଶରେ କଳା ଧୂଆଁ ଖେଳିଯିବା ସହ ଏକ ବିରାଟ ଅଗ୍ନିପିଣ୍ଡୁଳା ଉପରକୁ ଉଠୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ବିମାନଟି ନେଦରଲ୍ୟାଣ୍ଡ ଯାଉଥିବା ବେଳେ ବିମାନରେ ମୋଟ ୧୩ ଯାତ୍ରୀ ଥିଲେ, କ୍ରିୟୁ ସଦସ୍ୟଙ୍କ ସହ ମୋଟ ୧୫ ଜଣ ବିମାନରେ ସବାର ହୋଇଥିଲେ । ସେପଟେ ଗତ ଜୁନ ୧୨ ତାରିଖରେ ସେହି ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଏୟାର ଇଣ୍ଡିଆର ବିମାନ ଉଡାଣ ଭରିଥିଲା ଯାହାର ଇଞ୍ଜିନ ଫେଲ ହେବା କାରଣରୁ ଦୁର୍ଘଟଣାର ଶିକାର ହୋଇ ଜଳିଯାଇଥିଲା । ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହେବା ସହ ମୋଟ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା ।