କୁନି କେଜ୍ରିୱାଲଙ୍କ ନାମ କଣ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ମୁଣ୍ଡରେ ଆମ ଆଦମୀ ପାର୍ଟିର ଟୋପି, ବେକରେ ମଫଲର ଏବଂ ଦେହରେ ପୂରା କେଜ୍ରିୱାଲଙ୍କ ଭଙ୍ଗୀର ସ୍ୱେଟର ପିନ୍ଧି ଗତକାଲି କୁନି କେଜ୍ରିୱାଲ ସାଜିଥିଲେ ଜଣେ ଶିଶୁ । ଏଭଳି ଏକ କୁନି କେଜ୍ରିୱାଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ଦିଲ୍ଲୀ ନିର୍ବାଚନୀ ଫଳାଫଳ ବାହାରିବା ଜାଣି ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ପହଂଚିଥିଲେ କୁନି ପ୍ରଶଂସକ । ଭୋଟ୍ ଗଣତି ଚାଲିଥିବାବେଳେ କେଜ୍ରିୱାଲଙ୍କ ଏଭଳି କୁନି ସମର୍ଥକଙ୍କ ଫଟୋ ବେଶ୍ ଭାଇରାଲ୍ ହୋଇଥିଲା । ଏହି ଶିଶୁଙ୍କ ନାମ ଏବେ ସାମ୍ନାକୁ ଆସିଛି | ଏହି କୁନି କେଜ୍ରିୱାଲଙ୍କ ପ୍ରକୃତ ନାମ ହେଉଛି ଆୟନ |

ଆପ୍‌ ସମର୍ଥକ ରାହୁଲ ତୋମର ଏବଂ ମିନାକ୍ଷୀଙ୍କ ପୁଅ ଆୟନ ହୋଇଥିବାବେଳେ ଗତକାଲି ସେ ନିଜ ବାପା-ମାଙ୍କ ସହ ଆପ କାର୍ଯ୍ୟାଳୟକୁ ଆସିଥିଲେ | ଆୟନଙ୍କ ମା କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ବଡ ହେବ ସେତେବେଳେ ତାହାକୁ ଗର୍ବ ଲାଗିବ ଯେ ଦିନେ ସେ କେଜ୍ରିୱାଲଙ୍କ ଭଳି ବେଶ ହୋଇଥିଲା | ତାଙ୍କ ମା କହିଛନ୍ତି ଯେ ପୁଅ ତାଙ୍କର ବଡ ହେଲେ କେଜ୍ରିୱାଲଙ୍କ ଭଳି ହେଉ ବୋଲି ସେ ଆଶା କରିଛନ୍ତି |

ଦିଲ୍ଲୀର ‘ବେବି କେଜ୍ରିୱାଲ୍‌’ଙ୍କ ଫଟୋ ଆପ୍‌ ପକ୍ଷରୁ ଏହି ଫଟୋ ପୋଷ୍ଟ କରାଯିବାର କିଛି ସମୟ ପରେ ଏହା ଭାଇରାଲ୍‌ ହୋଇଥିଲା। ଏହାକୁ ନେଇ ମତ ମନ୍ତବ୍ୟର ସୁଅ ମଧ୍ୟ ଛୁଟିଥିଲା।

ସମ୍ବନ୍ଧିତ ଖବର