ନୂଆଦିଲ୍ଲୀ : ଦେଶର ପ୍ରତି ଘରେ ସ୍ମାର୍ଟ ମିଟର ଲଗାଇବାକୁ ସରକାର ଯୋଜନା କରୁଛନ୍ତି । ଏହା ଦ୍ୱାରା ବିଦ୍ୟୁତ ବ୍ୟବହାର ଓ ଅପଚୟ ସଂପର୍କରେ ସଠିକ ତଥ୍ୟ ମିଳିପାରିବ ବୋଲି ସରକାର ଚିନ୍ତା କରୁଛନ୍ତି । ପ୍ରତିଘରେ ସ୍ମାର୍ଟ ମିଟର ଲଗାଇବାକୁ ଆସନ୍ତା ୩ ବର୍ଷରେ ମୋଟ ୩୦ କୋଟି ସ୍ମାର୍ଟ ମିଟର ଆବଶ୍ୟକ ହେବ । ଏଗୁଡ଼ିକୁ ଯୋଗାଇବାକୁ ସରକାର ବିଭିନ୍ନ ସ୍ମାର୍ଟମିଟର ଉତ୍ପାଦନକାରୀ କମ୍ପାନିମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏହି ସ୍ମାର୍ଟମିଟରଗୁଡ଼ିର ମୋଟ ମୂଲ୍ୟର କିଛି ଅଂଶ ସରକାର ସବସୀଡି ଆକାରରେ ପ୍ରଦାନ କରିବେ ।
ବିଦ୍ୟୁତ ବ୍ୟବହାର ଓ ଅପଚୟ ସଂପର୍କରେ ସଠିକ ତଥ୍ୟ ମିଳିଲେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ବିଦ୍ୟୁତ ବିତରଣ କମ୍ପାନି ମାନଙ୍କ ପରିବହନ ଓ ବିତରଣ ଜନିତ ବିଦ୍ୟୁତ କ୍ଷତିକୁ ହ୍ରାସ କରାଯାଇପାରିବ । ଦେଶରେ ଏବେ ଅଧିକାଂଶ ବିଦ୍ୟୁତ ବିତରଣ କମ୍ପାନି କ୍ଷତିରେ ଚାଲୁଛନ୍ତି । ଏହି କ୍ଷତିର ଏକ ବଡ଼ କାରଣ ହେଉଛି ପରିବହନ ଓ ବିତରଣ ଜନିତ ବିଦ୍ୟୁତ କ୍ଷତି, ଯାହାକି ମୋଟ ରାଜସ୍ୱର ଏକ ପଞ୍ଚମାଂଶ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/smart-metre.jpg)