ସୋହନା: ହରିଆଣାରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସରକାରୀ କର୍ମଚାରୀଙ୍କ ଖାମଖିଆଲି କାମ ଉପରେ କଡା ନଜର ରଖିବାକୁ ସ୍ମାର୍ଟ ୱାଚର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟାଳୟରେ ପ୍ରକୃତ ଉପସ୍ଥାପନ ଜଣାପଡିବ ବୋଲି ମନୋହରଲାଲ କହିଛନ୍ତି । କେବଳ ଏତିକି ନୁହେଁ ଯଦି କେହି ଅଫିସ୍ ସମୟରେ ଅନ୍ୟ କେଉଁ ସ୍ଥାନକୁ ଯାଆନ୍ତି ତେବେ ତାଙ୍କର ମୁଭମେଣ୍ଟ ଟ୍ରାକ କରିପାରିବ ସ୍ମାର୍ଟ ସ୍ୱାଚ୍ ।

Advertisment

ହରିଆଣା ସୋହନା ଜିଲ୍ଲାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।