ସ୍ମାର୍ଟଫୋନ ଦ୍ବାରା କରାଯାଇ ପାରିବ କରୋନାର ଚିହ୍ନଟ

ନୂଆଦିଲ୍ଲୀ: ଆମେରିକାର ଗବେଷକମାନେ କରୋନା ଯାଞ୍ଚ କରିବା ପାଇଁ ନୂଆ ରାସ୍ତା ଖୋଜି ବାହାର କରିଛନ୍ତି। ଗବେଷକମାନେ ସ୍ମାର୍ଟଫୋନ ଆଧାରିତ ‘ଡାଇଗ୍ନୋଷ୍ଟିକ୍ ଟୁଲ୍’ ବିକଶିତ କରିଛନ୍ତି। ଏହା ଦ୍ବାରା ରାପିଡ୍ କରୋନା ପରୀକ୍ଷାରେ ଲାଗୁଥିବା ସମୟ ୨୦ ମିନିଟ୍ ହୋଇଯିବ। ସବୁଠୁ ବଡ କଥା ହେଲା ଏହା ଦ୍ବାରା ପିସିଆର୍ ଭଳି ସଠିକତାର ସହ କରୋନା ନମୂନାର ପରୀକ୍ଷା କରାଯାଇ ପାରିବ। ଏଥିରେ ଛୋଟ ଡିଟେକ୍ଟର ଦ୍ବାରା କରୋନା ଭାଇରସ ବିଷୟରେ ଜଣାପଡିବ। ଏହି ଡିଟେକ୍ଟରର ମୂଲ୍ୟ ଯଥେଷ୍ଟ କମ ଅଛି। ଏହାକୁ ପରିଚାଳନା କରିବାକୁ ଓ ଫଳାଫଳ ଜାଣିବାକୁ ସ୍ମାର୍ଟଫୋନର ବ୍ୟବହାର କରାଯାଉଛି ।
ହାର୍ମନି ନାମକ ଏହି ପରୀକ୍ଷାକୁ ୱାଶିଂଟନ ବିଶ୍ବବିଦ୍ୟାଳୟର ଗବେଷକମାନେ ବିକଶିତ କରିଛନ୍ତି। ସେମାନେ କହିଛନ୍ତି ଏହି ପରୀକ୍ଷା ଭାଇରସରେ ଥିବା ‘ଜେନେଟିକ୍ ମ୍ୟାଟେରିଆଲ’ର ଚିହ୍ନଟ କରିପାରିବ। ଏହା ଦ୍ବାରା ଓମିକ୍ରୋନ୍ ଭେରିଏଣ୍ଟ୍ ବିଷୟରେ ମଧ୍ୟ ସହଜରେ ଚିହ୍ନଟ କରାଯାଇ ପାରିବ। ପିସିଆର୍ ପରୀକ୍ଷାରେ ରିପୋର୍ଟ ଆସିବାକୁ ଘଣ୍ଚା ଘଣ୍ଟା ସମୟ ଲାଗିଥାଏ। ହାର୍ମନି କିଟ୍ ୨୦ ମିନିଟରୁ କମ ସମୟରେ ସେହି ଏକା ପରୀକ୍ଷାକୁ ସଠିକତାର ସହ ରିପୋର୍ଟ ଦେଇଥାଏ।
ଏହି ପରୀକ୍ଷାରେ ସ୍ମାର୍ଟଫୋନକୁ ଡିଟେକ୍ଟର ଦ୍ବାରା ସଂଯୋଗ କରି ବ୍ୟବହାର କରାଯାଇ ଥାଏ। ଡିଟେକ୍ଟରରେ ପରୀକ୍ଷା ନମୂନାକୁ ରଖି ପରିଚାଳନା କରାଯାଇ ଥାଏ। ପରିଚାଳନା କରିବାର ୨୦ ମିନିଟ ପରେ ହିଁ ସ୍ମାର୍ଟଫୋନ ଦ୍ବାରା ସଂକ୍ରମିତ ବ୍ୟକ୍ତି ପଜିଟିଭ୍ କି ନେଗେଟିଭ୍ ସେବିଷୟରେ ଜଣା ପଡିଥାଏ ।
ପିସିଆର୍ ପରୀକ୍ଷା ପାଇଁ ଦାମୀ ଯନ୍ତ୍ରପାତିର ବ୍ୟବହାର କରାଯାଇ ଥାଏ । ଏହା ଦ୍ବାରା ୯୫ ପ୍ରତିଶତ ପର୍ଯ୍ୟନ୍ତ ଫଳାଫଳ ସଠିିକ୍ ହୋଇଥାଏ। ହାର୍ମନି କିଟ୍ ୯୭ ପ୍ରତିଶତ ପର୍ଯ୍ଯନ୍ତ ସଠିକ ଅଟେ। ଗବେଷକମାନେ କହିଛନ୍ତି ଯଦି କରୋନା ଭେରିଏଣ୍ଟ ରୂପ ବଦଳାଏ ତଥାପି କିଟ୍ ଦ୍ବାରା ଏହା ଜଣା ପଡିବ। ଅବଶ୍ୟ ପିସିଆର୍ ଆଧାରିତ ପରୀକ୍ଷାକୁ ହିଁ ଅଧିକ ଭରସାଯୋଗ୍ୟ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର