ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ‘ରୋଭର୍‌ ପ୍ରଜ୍ଞାନ’ ଆଜି ସକାଳେ ପ୍ରଥମ କରି ତା’ର ‘ନେଭିଗେସନ୍‌ କ୍ୟାମେରା’ରେ ଚନ୍ଦ୍ରପୃଷ୍ଠରେ ଥିବା ‘ଲାଣ୍ଡର୍‌ ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍‌ କରିଥିବା କଥା ‘ଇସ୍ରୋ’ କହିଛି।

Advertisment

‘ଏକ୍ସ୍‌’ କରି (ଟୁଇଟ୍‌) ‘ଇସ୍ରୋ’ ଲେଖିଛି: ଚନ୍ଦ୍ରଯାନ-୩ ଅଭିଯାନ:  ‘ସ୍ମାଇଲ୍‌, ପ୍ଲିଜ୍‌!’ ‘ପ୍ରଜ୍ଞାନ ରୋଭର୍‌’ ଆଜି ସକାଳେ ‘ବିକ୍ରମ ଲାଣ୍ଡର୍‌’ର ଫଟୋ ଉଠାଇଛି।

‘ରୋଭର୍‌’ରେ ଲାଗିଥିବା ‘ନେଭିଗେସନ୍‌ କ୍ୟାମେରା’ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି। (ଫଟୋ ଉତ୍ତୋଳନ ସମୟ ଆଜି ସକାଳ ୭.୩୫ ମିନିଟ୍‌।)

Image Image Courtesy of X

‘ଚନ୍ଦ୍ରଯାନ-୩’ ଅଭିଯାନ ପାଇଁ ‘ନେଭ୍‌କ୍ୟାମ୍‌’ (ନେଭିଗେସନ୍‌ କ୍ୟାମେରା) ‘ଲାବ୍ରଟରି ଫର୍‌ ଇଲେକ୍ଟ୍ରୋ-ଅପ୍‌ଟିକ୍ସ୍‌ ସିଷ୍ଟମ୍‌’ (ଏଲ୍‌ଇଓଏସ୍‌) ନିର୍ମାଣ କରିଛି।

ସମ୍ପ୍ରତି ଚନ୍ଦ୍ରପୃଷ୍ଠରେ ‘ରୋଭର୍‌ ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ଅନୁସନ୍ଧାନ କରି ମୂଲ୍ୟବାନ ତଥ୍ୟାବଳି ପ୍ରେରଣ କରୁଛି। ‘ଲେଜର୍‌-ଚାଳିତ ବ୍ରେକ୍‌ଡାଉନ୍‌ ସ୍ପେକ୍ଟ୍ରୋସ୍କୋପି’ (ଏଲ୍‌ଆଇବିଏସ୍‌) ପ୍ଲେଲୋଡ୍‌ ବ୍ୟବହାର କରି ‘ରୋଭର୍‌ ପ୍ରଜ୍ଞାନ’ ଏହି ତଥ୍ୟ ସଂଗ୍ରହ କରୁଛି। ‘ଏଲ୍‌ଆଇବିଏସ୍‌’ ‘ଲେଜର୍‌ ଫାୟର୍‌’ କରି ଚନ୍ଦ୍ରପୃଷ୍ଠରେ ‘ପ୍ଲାଜ୍‌ମା’ ସୃଷ୍ଟି କରି ସେଠାରେ ଥିବା ଉପାଦାନର ସାମଗ୍ରୀ ବିଶ୍ଳେଷଣ କରାଉଛି। ଏବେ ସେଠାରେ ଉଦ୍‌ଜାନର ସନ୍ଧାନ ଚାଲିଛି।