କୋର୍ଟରେ ଜନ୍ମ ସାର୍ଟିଫିକେଟ୍‌ ଦାଖଲ କଲେ ୱାଙ୍ଖଡେ

ମୁମ୍ବାଇ: ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଆଜି ବମ୍ବେ ହାଇକୋର୍ଟରେ ତାଙ୍କ ଜନ୍ମ ଏବଂ ଜାତି ସାର୍ଟିଫିକେଟ ଦାଖଲ କରିଛନ୍ତି। ୱାଙ୍ଖଡେଙ୍କ ବାପାଙ୍କ ଦ୍ବାରା ଏନ୍‌ସିପି ନେତା ନୱାବ ମଲିକଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନି ମାମଲାରେ ୱାଙ୍ଖଡେ ଆଜି କୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ମଲିକ ଦାବି କରିଛନ୍ତି , ୱାଙ୍ଖଡେ ନକଲି ଜାତି ସାର୍ଟିଫିକେଟ ଦେଖାଇ ୟୁପିଏସ୍‌ସି ପରୀକ୍ଷାରେ କୋଟା ଅଧୀନରେ ଚାକିରି ପାଇଛନ୍ତି।

ମଲିକ ତାଙ୍କ ଦାବିକୁ ଠିକ୍‌ ପ୍ରମାଣିତ କରିବାପାଇଁ ଆଜି କୋର୍ଟରେ ୩ଟି କାଗଜପତ୍ର ଦାଖଲ କରିଛନ୍ତି। ଏଗୁଡ଼ିକ ହେଉଛି ସମୀର ୱାଙ୍ଖଡେଙ୍କ ବାପାଙ୍କର ନାମ ପରିବର୍ତ୍ତନ ନେଇ ବିଏମ୍‌ସିର ଘୋଷଣାପତ୍ର, ସେଣ୍ଟ୍‌ ଯୋସେଫ ହାଇସ୍କୁଲରୁ ୱାଙ୍ଖଡେଙ୍କ ସ୍କୁଲ୍‌ ଲିଭିଂ ସାର୍ଟିଫିକେଟ୍‌ । ଅନ୍ୟପକ୍ଷେ ୱାଙ୍ଖଡେଙ୍କ ଓକିଲ କୋର୍ଟରେ ୱାଙ୍ଖଡେଙ୍କ ଜାତି ସାର୍ଟିଫିକେଟ୍‌ ଏବଂ ଜନ୍ମ ସାର୍ଟିଫିକେଟ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର