ରାହୁଲଙ୍କୁ ‘ଛୋଟାଭୀମ୍‌’ କହିଲେ ସ୍ମୃତି ଇରାନି

ନୂଆଦିଲ୍ଲୀ: ଡ଼ାଟା ଚୋରି ମାମଲାକୁ ନେଇ କିଛି ଦିନ ହେବ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଟ୍ଵିଟରରେ ଝଗଡ଼ା ଆରମ୍ଭ ହୋଇଛି । କଂଗ୍ରେସ ଅଧକ୍ଷ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ‘ନମୋଆପ୍‌’ ଦ୍ୱାରା ସାଧାରଣ ଜନତାଙ୍କ ତଥ୍ୟ ବିଦେଶକୁ ପଠାଉଥିବାର ଆରୋପ ଲଗାଇଛନ୍ତି । ବର୍ତ୍ତମାନ ଏହାର ପ୍ରତ୍ୟୁତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି । ସେ କହିଛନ୍ତି, “ରାହୁଲ ଛୋଟ ପିଲାଙ୍କ କାଟୁନିଷ୍ଟ ଛୋଟଭୀମ୍‌ ମଧ୍ୟ ଜାଣିଛି, ଆପରେ ପଚରା ଯାଇଥିବା ସାଧାରଣ ତଥ୍ୟକୁ କୌଣସି ବ୍ୟକ୍ତି ଜାଣିପାରି ନଥାଏ” । ଏଥିରେ ସ୍ମୃତି ରାହୁଲଙ୍କୁ କାଟୁନିଷ୍ଟ ଛୋଟାଭିମ୍‌ ସହିତ ତୁଳନା କରିଛନ୍ତି ।

plus.google.com

ଏହା ପୂର୍ବରୁ ରାହୁଲ ମୋଦିଙ୍କ ପାଇଁ କହିଥିଲେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ ଦ୍ୱାରା ସାଧାରଣ ଜନତାଙ୍କର ସମସ୍ତ ତଥ୍ୟ ଚୋରି କରୁଛନ୍ତି । ଏହି ତଥ୍ୟକୁ ସେ ସିଙ୍ଗାପୁରକୁ ପଠାଉଛନ୍ତି । ମୁଁ ହେଉଛି ବିଗବସ ଏବଂ ମୁଁ ଚାହିଁଲେ ସମସ୍ତଙ୍କର ଜାସୁସି କରିପାରିବି “।
ଦେଶରେ ଦୁଇ ବରିଷ୍ଠ ରାଜନୈତିକ ଦଳ ମଧ୍ୟରେ ଏପରି ଏକ ଛୋଟ ଘଟଣାକୁ ନେଇ ଚାଲିଥିବା ଝଗଡ଼ା ପ୍ରକୃତରେ ଲଜ୍ଜାଜନକ ଅଟେ । ସୋସିଆଲ ମିଡ଼ିଆରେ ଯେଉଁଠାରେ ସମସ୍ତ ଦେଶବାସୀ ସବୁକିଛି ଦେଖୁଛନ୍ତି, ସେଠାରେ ଜଣେ ବିଶିଷ୍ଟ ବ୍ୟକ୍ତି ହୋଇ ଏପରି ବ୍ୟବହାର କରିବା ଭାରତୀୟ ରାଜନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର