ଚେନ୍ନାଇ: ଧୂଅାଁ ଯୋଗୁଁ ଦୃଶ୍ୟତା ୫୦ ମିଟରରୁ କମ୍ ହୋଇ ଯିବାରୁ ଶନିବାର ସକାଳେ ଚେନ୍ନାଇ ବିମାନ ବନ୍ଦରରେ ବିମାନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି।
ପୋଙ୍ଗଲ ପର୍ବ ପୂର୍ବରୁ ସ୍ଥାନୀୟ ଅଧିବାସୀମାନେ ‘ଭୋଗି’ ଅଗି ଜଳାଇବାରୁ ବିମାନ ବନ୍ଦରର ଆଖପାଖ ଅଞ୍ଚଳ ଧୂଅାଁମୟ ହୋଇ ଯାଇଥିଲା। ରବିବାର ଦିନ ପାଳିତ ହେବାକୁ ଯାଉଥିବା ତାମିଲ ଫସଲ ଅମଳ ପର୍ବ ପୋଙ୍ଗଲ୍ର ଅବ୍ୟବହିତ ପୂର୍ବରୁ ଭୋଗି ଅଗି ଜଳା ଯାଇଥିଲା। ଭୋଗି ଅଗିରେ ସାଧାରଣତଃ ପୁରୁଣା ଜିନିଷକୁ ପୋଡ଼ି ଦିଆଯାଏ। ଅର୍ଥାତ୍ ପୁରୁଣାକୁ ବିଦାୟ ଦେଇ ନୂଆକୁ ସ୍ୱାଗତ କରାଯିବାର ଏହା ସଙ୍କେତ ମାତ୍ର।
ଧୂଅାଁ କାରଣରୁ ୧୦ଟିରୁ ଅଧିକ ବିମାନ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଏମ୍ବାଟୁର୍କୁ ପଠାଇ ଦିଆଯାଇଥିଲା।
ଭାରତୀୟ ବିମାନ ବନ୍ଦରର ଜଣେ ବରିଷ୍ଠ କର୍ତ୍ତୃପକ୍ଷ କହନ୍ତି ଯେ ପୂର୍ବାହ୍ନ ୯ଟା ପରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଛି। ଶେଷ ଥର ପାଇଁ ରାତି ୨ଟା ୫୦ ମିନିଟ୍ରେ ବିମାନ ଅବତରଣ କରିଥିଲା ଏବଂ ରାତି ୩ଟାରେ ଉଡ଼ାଣ କରିଥିଲା।
ବେଙ୍ଗାଲୁରୁକୁ ପଥ ପରିବର୍ତ୍ତନ କରିଥିବା ବିମାନ ସବୁ ହେଉଛି ଦୁବାଇରୁ ଆସିଥିବା ଇଣ୍ଡିଗୋ, ଶାରଜାରୁ ଆସିଥିବା ଏୟାର୍ ଆରବିୟା, ବାହାରିନ୍ରୁ ଆସିଥିବା ଗଲ୍ଫ୍ ଏୟାର୍ ଏବଂ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ।
ଲଣ୍ଡନ୍ରୁ ଆସିଥିବା ଏକ ବ୍ରିଟିସ୍ ଏୟାର୍େଓ୍ଵଜ୍ ବିମାନ, ଆବୁଧାବିରୁ ଆସିଥିବା ଏତିହାଦ ଏୟାରେଓ୍ଵଜ୍ ବିମାନ, ପୁଣେ ଓ କଲମ୍ବୋରୁ ଆସିଥିବା ସ୍ପାଇସ୍ ଜେଟ୍ ବିମାନ ଏବଂ ମୁମ୍ବାଇରୁ ଆସିଥିବା ଜେଟ୍ ଏୟାର୍େଓ୍ଵଜ୍ ବିମାନ ହାଇଦ୍ରାବାଦକୁ ଯାଇଛନ୍ତି।
କଲୋମ୍ବରୁ ଆସିଥିବା ଏକ ଶ୍ରୀଲଙ୍କୀୟ ବିମାନ ଅଧାବାଟରୁ ଫେରି ଯାଇଛି।