ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ପ୍ରିୟଙ୍କା ଗାନ୍ଧି ଭଦ୍ରା ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ‘ଅପମାନ’ କରିବା  ଅଭିଯୋଗ ଆଣିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ଭିଡିଓ ଟୁଇଟ କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀ ନିଜ ଗଳାରୁ ମାଳ ଓହ୍ଲାଇବା ପରେ ହାତ ଧରୁଛନ୍ତି ଓ ତାହାକୁ ପୁଣି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମାରେ ଚଢ଼ାଉଛନ୍ତି।

Advertisment

publive-image Zee News

ସ୍ମୃତି ଇରାନୀ ହିନ୍ଦୀରେ କରିଥିବା ଟୁଇଟରେ ଏହି ଘଟଣାକୁ ଶାସ୍ତ୍ରୀଙ୍କ ଅପମାନ କରାଯାଇଛି ବୋଲି କୁହାଯାଉଛି। କେନ୍ଦ୍ରମନ୍ତ୍ରୀ ଇରାନୀ ଆଉ ଜଣେ ମହିଳାଙ୍କ ଉପରେ ଅଭିଯୋଗ ଲଗାଇ କଂଗ୍ରେସ ପାର୍ଟିର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳର କର୍ମକର୍ତ୍ତା ତାଙ୍କ ସହ ଖରାପ ବ୍ୟବହାର ଦେଖାଇଛନ୍ତି। ଏଥିରୁ କଂଗ୍ରେସର ଅସଲ ସଂସ୍କାର ଜଣାପଡ଼ୁଛି ବୋଲି ସ୍ମୃତି ଇରାନୀ କହିଛନ୍ତି।

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ତିନି ଦିବସୀୟ ଉତ୍ତରପ୍ରଦେଶଗସ୍ତ ବୁଧବାର ଶେଷ ହୋଇଛି। ଏହି ଗସ୍ତ ସମୟରେ ବାରାଣାସୀର ରାମନଗରରେ ପ୍ରିୟଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୂର ଶାସ୍ତ୍ରୀଙ୍କ ପୈତୃକ ବାସଭବନକୁ ଯାଇଥିଲେ।