୧୫ ବର୍ଷ ଧରି ସାଂସଦ ରହି ଆମେଥିରେ ଯାହା କରିପାରି ନଥିଲେ ରାହୁଲ ଗାନ୍ଧୀ, ତାହା କରିବେ ସ୍ମୃତି ଇରାନୀ

ଆମେଥି: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସେ ନିଜର ଲୋକସଭା ନିର୍ବାଚନରେ ଆମେଥିରେ ଏମିତି କାମ କରିବାକୁ ଯାଉଛନ୍ତି, ଯାହା ରାହୁଲ ଗାନ୍ଧୀ କରିପାରି ନଥିଲେ। ଏଥିଲାଗି ଏବେ ସ୍ମୃତି ଇରାନୀ ଚର୍ଚ୍ଚାରେ ରହିଛନ୍ତି। ବିଜୟ ପରେ ସେ ଆମେଥିରେ ନିଜର ଘର ପ୍ରତିଷ୍ଠା କରିବେ ବୋଲି କହିଛନ୍ତି । ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ରାହୁଲ ୧୫ ବର୍ଷ ଏଠାରେ ସାଂସଦ ରହି ମଧ୍ୟ ନିଜ ଘର ତିଆରି କରିପାରି ନଥିଲେ ।

photo-news18

ସ୍ମୃତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତିରେ ଗତକାଲି ଏହି କଥା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆମେଥିରେ ରହିବେ ଏବଂ ଯେତେବେଳେ ଲୋକେ ଚାହିଁବେ ସେ ସେମାନଙ୍କୁ ଦେଖା ଦେବେ। ସେ ଏଠାରେ ଅତିଥି ଭଳି ରହିବେ ନାହିଁ ବୋଲି ସ୍ମୃତି କହିଛନ୍ତି । ସେ ନିଜ ପରିବାର ସହ ଏଠାରେ ରହିବେ ବୋଲି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ସମ୍ବନ୍ଧିତ ଖବର