ସମର୍ଥକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତାଙ୍କ କୋକେଇକୁ କାନ୍ଧ ଦେଲେ ସ୍ମୃତି ଇରାନୀ, କଂଗ୍ରେସ ଉପରେ ହତ୍ୟାରୋପ ଲଗାଇଲେ ମୃତକଙ୍କ ପୁଅ

ଆମେଥି : ଆମେଥିରେ ଥିବା ନବ ନିର୍ବାଚିତ ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ସମର୍ଥକ ସୁରେନ୍ଦ୍ର ସିଂହଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା । ନିର୍ବାଚନ ସମୟରେ ସୁରେନ୍ଦ୍ର ସ୍ମୃତିଙ୍କୁ ପ୍ରଚାର ସମୟରେ ଅନେକ ସାହାଯ୍ୟ କରିଥିବା ବେଳେ ତାଙ୍କ ଜିତିବାର ଶ୍ର୍ରେୟ ମଧ୍ୟ ସୁରେନ୍ଦ୍ରଙ୍କୁ ମିଳିଥିଲା । କିନ୍ତୁ ଫଳାଫଳ ବାହାରିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସୁରେନ୍ଦ୍ରଙ୍କୁ ହତ୍ୟା କରାଯିବା ପରେ ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ମୃତ୍ୟୁ ଖବର ଶୁଣି ସ୍ମୃତି ତୁରନ୍ତ ଦିଲ୍ଲୀରୁ ଆମେଥିରେ ପହଞ୍ଚି ଅନ୍ତିମ ସଂସ୍କାର ସମୟରେ ସୁରେନ୍ଦ୍ରଙ୍କ କୋକେଇକୁ କାନ୍ଧ ଦେଇଥିବା ଦେଖା ଯାଇଛି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

jansatta.com

ଅନ୍ୟ ପକ୍ଷରେ, ଏହି ଘଟଣା ପରେ ସୁରେନ୍ଦ୍ରଙ୍କ ପୁଅ କଂଗ୍ରେସ ଉପରେ ହତ୍ୟାରୋପ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ମୋ ବାପା ବହୁତ ସକ୍ରିୟ ରହୁଥିଲେ । ଅଧିକ ସମୟ ମତଦାତାଙ୍କ ସହ ବିତାଇବା ସହ କେବଳ ଖାଦ୍ୟ ଖାଇବା ପାଇଁ ଘରକୁ ଆସୁଥିଲେ । ନିର୍ବାଚନକୁ କେନ୍ଦ୍ର କରି ମୋ ବାପାଙ୍କୁ ହତ୍ୟା କରାଯାଇଛି । ଯାହା ପାଇଁ ସେ କଂଗ୍ରେସକୁ ଦାୟୀ କରିଛନ୍ତି ।

ସମ୍ବନ୍ଧିତ ଖବର