ଲକ୍ଷ୍ନୌ : ବିଜେପିର ଆମେଥି ସାଂସଦ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଗଡ଼ରେ ଏକ ପ୍ରମୁଖ ପଦବି ଗ୍ରହଣ କରିଛନ୍ତି। ରାଏବରେଲୀର ଦିଶା (ଜିଲ୍ଲା ବିକାଶ ସମନ୍ବୟ ଏବଂ ଯାଞ୍ଚ କମିଟି) ଅଧ୍ୟକ୍ଷା ପୂର୍ବରୁ ସୋନିଆ ଗାନ୍ଧୀ ଥିଲେ। କିନ୍ତୁ ଏବେ ଏହି କମିଟିର ଅଧ୍ୟକ୍ଷା ସ୍ମୃତି ଇରାନୀ। ସ୍ମୃତି ଆମେଥିରେ ମଧ୍ୟ ଦିଶାର ଅଧ୍ୟକ୍ଷା ଅଛନ୍ତି। ରାଏବରେଲି ଜିଲ୍ଲାପାଳ ବୈଭବ ଶ୍ରୀବାସ୍ତବ କହିଛନ୍ତି, ରାଏବରେଲିର ସାଲୋନ୍ ବ୍ଲକ୍ ଆମେଥି ଅଧୀନରେ ଆସୁଥିବାରୁ ଇରାନୀଙ୍କୁ ରାଏବରେଲୀର ଦିଶା ଅଧ୍ୟକ୍ଷ କରାଯାଇଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ହେଉଛି। ଏହା ପୂର୍ବରୁ ବିଜେପି ଅଧିକରୁ ଅଧିକ କଂଗ୍ରେସ ଗଡ଼ ଅକ୍ତିଆର କରିବାକୁ ଚେଷ୍ଟା ଚଳାଇଛି।
ସୋନିଆଙ୍କ ଗଡ଼ରେ ସ୍ମୃତି
ପ୍ରମୁଖ ରାଏବରେଲି କମିଟିର ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/03/smritiirani-kPHB-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)