ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ଉପରେ ଫ୍ଲାଇଙ୍ଗ କିସର ଆରୋପ ଲଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାକୁ ଆସିଛି। ବହୁ ବର୍ଷ ପୁରୁଣା ଘଟଣାକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବା ସହ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି। ହେଲେ ଚୁପ୍ ହୋଇ ଶୁଣିବା ପରିବର୍ତ୍ତେ ଉଚିତ୍ ଜବାବ ଦେଇଛନ୍ତି ସ୍ମୃତି ଇରାନୀ।
ସୂଚନା ମୁତାବକ, ସ୍ମୃତି ଇରାନୀ ନିଜ ଇନଷ୍ଟା ଆକାଉଣ୍ଟରେ ଆସ୍କ ମି ଏନିଥିଙ୍ଗ ସେସନ କରିଥିଲେ। ଯେଉଁଥିରେ ସେ ସମସ୍ତଙ୍କ ପ୍ରଶ୍ନର ଉତ୍ତର ବହୁତ ଭଲ ଭାବରେ ଦେଇଥିଲେ। ଏହି ସମୟରେ ଜଣେ ଇନଷ୍ଟା ବ୍ୟବହାରକାରୀ ତାଙ୍କୁ ତାଙ୍କ ସ୍ୱାମୀ ଜୁବିନ୍ ଇରାନୀଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ପ୍ରଶ୍ନ କରିଥିଲେ।
ବ୍ୟବହାରକାରୀଜଣକ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ବିବାହ ଆପଣଙ୍କ ସାଙ୍ଗର ସ୍ବାମୀଙ୍କ ସହ ହୋଇଛି କି? ଏହାର ଜବାବରେ ସ୍ମୃତି ଲେଖିଥିଲେ, ‘‘ନା ସାର୍ ... ମୋନା ମୋଠାରୁ ୧୩ବର୍ଷ ବଡ଼... ତେଣୁ ସେ ମୋର ପିଲାଦିନର ବନ୍ଧୁ ହେବାର ପ୍ରଶ୍ନ ଉଠୁ ନାହିଁ... ସେ ମୋ ପରିବାର, ରାଜନେତ୍ରୀ ନୁହଁନ୍ତି। ତେଣୁ ତାଙ୍କୁ ଏଭଳି ରାଜନୀତି ଭିତରକୁ ଟାଣନ୍ତୁ ନାହିଁ। ମୋ ସହିତ ଲଢ଼େଇ କରନ୍ତୁ, ମୋ ସହିତ ଯୁକ୍ତି କରନ୍ତୁ, ମୋତେ ଅପମାନିତ କରନ୍ତୁ। କିନ୍ତୁ ଜଣେ ସାଧାରଣ ମହିଳା, ଯାହାଙ୍କର ରାଜନୀତି ସହିତ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନାହିଁ, ତାଙ୍କୁ ଏହି ଆବର୍ଜନା ଭିତରକୁ ଟାଣନ୍ତୁ ନାହିଁ। ସେ ସମ୍ମାନ ପାଇବାକୁ ଯୋଗ୍ୟ।’’