ନୂଆଦିଲ୍ଲୀ: ଟେଲିଭିଜନ୍ ତାରକା ଟର୍ଣ୍ଣଡ୍ ରାଜନେତ୍ରୀ ସ୍ମୃତି ଇରାନୀ ନିଜର ଏକ ଯନ୍ତ୍ରଣାଦାୟକ ପିଲାଦିନର ସ୍ମୃତି ସେୟାର କରିଛନ୍ତି। ସର୍ବଦା ଲାଇମଲାଇଟ୍ ବଜାୟ ରଖିଥିବା ସ୍ମୃତି ପିଲାଦିନକୁ ଝାଙ୍କି କିପରି ତାଙ୍କ ମାଆଙ୍କର ପୁଅଟିଏ ନଥିଲା ବୋଲି ଘରୁ ବାହାର କରି ଦିଆଯାଇଥିଲା ପ୍ରକାଶ କରିଛନ୍ତି।
ଟେଲିଭିଜନରୁ ରାଜନୀତି ପର୍ଯ୍ୟନ୍ତ ବହୁତ ଦୂର ଯାଇଥିବା ସ୍ମୃତି ଇରାନୀଙ୍କୁ କରଣ ଜୋହର ମୋଜୋ ଷ୍ଟୋରି ପାଇଁ ଏକ ଗୀତ ମାଧ୍ୟମରେ ତାଙ୍କ ଜୀବନ ଯାତ୍ରାର ସଂକ୍ଷେପ କରିବାକୁ କହିଥିଲେ। ସ୍ମୃତି ତାଙ୍କ ନିଖୁଣ ଶୈଳୀରେ କହିଥିଲେ ଏହା ‘କୁଛ କୁଛ ହୋତା ହୈ’ରୁ ‘ଅଗ୍ନିପଥ’ ହେବ ବୋଲି କହିଥିଲେ।
ତାଙ୍କ ପରିବର୍ତ୍ତନ ବିଷୟରେ ବ୍ୟାଖ୍ୟା କରି ସ୍ମୃତି ଇରାନୀ କହିଛନ୍ତି, "ମୁଁ ହୁଏତ ସେ ସମସ୍ତ ପିଲାଙ୍କ ପ୍ରତିଶୋଧ ନେଉଛି। ଯେଉଁମାନଙ୍କୁ କେବେ ସମାନ ପ୍ରତିଯୋଗିତା କରିବାର ସୁଯୋଗ ମିଳିନଥିଲା।"
ସ୍ମୃତି ନିଜ ଜୀବନ କାହାଣୀକୁ ‘ଅଗ୍ନିପଥ’ର କାହାଣୀ ସହିତ ଯୋଡ଼ିଛନ୍ତି। କିନ୍ତୁ ତାହା ଏକ ବାଳକର କାହାଣୀ ଥିବା ବେଳେ ସ୍ମୃତି ନିଜକୁ ସେହି ଚରିତ୍ର ସହ ସମାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/03/7570f612-a76d-4154-b93a-270c4b9545ee-2025-07-03-20-18-56.jpg)