ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କର ଝିଅକୁ ସ୍କୁଲରେ ଥଟ୍ଟା କରାଯିବାକୁ ନେଇ ଇନଷ୍ଟାଗ୍ରାମରେ ଏକ ଦମଦାର ପୋଷ୍ଟ ସେଆର୍‌ କରିଛନ୍ତି।

Advertisment

ସେ ନିଜ ଝିଅ ଜୋଇସ ଇରାନୀଙ୍କ ଫଟୋ ସେଆର୍‌ କରି ଲେଖିଛନ୍ତି, ‘ ଗତକାଲି ମୁଁ ମୋ ଝିଅର ଏକ ସେଲଫିକୁ ଡିଲିଟ୍‌ କରି ଦେଇଥିଲି, କାରଣ ଜଣେ ଇଡିଅଟ୍‌ ତାକୁ ହଇରାଣ କରୁଥିଲା।ଝା ନାମକ ଏକ ପିଲା ତାର ସାଙ୍ଗମାନଙ୍କୁ କହୁଥିଲା ଯେ ସେମାନେ ବି ମାଆଙ୍କ ସହ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଫଟୋ ଲାଗି ଜୋଇସକୁ ଚିଡାନ୍ତୁ।

publive-image photo-indiatv

ମୋର ଝିଅ ଜଣେ ସଫଳ ଖେଳାଳି , ସେ ନିଜର ନାମ ଲିମକା ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସ୍ଥାନିତ କରିଛି।କରାଟେରେ ସେ ବ୍ଲାକବେଲ୍ଟ ଏବଂ ଦୁଇ ଦୁଇ ଥର ଓ୍ଵାର୍ଲଡ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଛି। ସେ ବହୁତ ସୁନ୍ଦର ଏବଂ ଭଲ। ତୁମେ ଯେତେ ଇଚ୍ଛା ତାକୁ ଚିଡାଅ , ହେଲେ ସେ ତୁମ ସହିତ ଲଢ଼ିବ, କାରଣ ସେ ମୋର ଝଅ। ମୁଁ ତାର ମାଆ ବୋଲି ଗର୍ବିତ।’