ସ୍ମୃତି ଇରାନୀଙ୍କ ସଂପର୍କରେ ଜାଣନ୍ତୁ ଏକଥା , ଯାହା କେହି ଜାଣନ୍ତି ନି

ନୂଆଦିଲ୍ଲୀ : ସ୍ମୃତି ଇରାନୀ ଆମେଥିରୁ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ଏବେ ସବୁଠି ଚର୍ଚ୍ଚାରେ ରହି ଆସିଛନ୍ତି | କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥିରେ ରାହୁଲଙ୍କୁ ପରାଜିତ କରିଥିବା ବେଳେ ତାଙ୍କୁ ନେଇ ସାରା ଦେଶରେ ଏବେ ଖବର| କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯାହାକି କେଉଁଠି ବି କେହି ଜାଣନ୍ତି ନି |

ସତ ହେଉଛି ଆଜି ସ୍ମୃତିଙ୍କ ପଛରେ ଖବର ଧାଁଉଥିବା ବେଳେ ଦିନେ ଏମିତି ସମୟ ଥିଲା ଖବର ପଛରେ ସେ ଧାଁଉଥିଲେ| ଖରା ଶୀତ ବର୍ଷା କାହାକୁ ବି ଖାତିର ନ କରି ଖବର ଆଣିବାରେ ସେ ମାତିଥିଲେ | ୨୦ ବର୍ଷ ତଳେ ସାମ୍ବାଦିକ ଭାବେ ଜି ନ୍ୟୁଜରେ ସେ ଯୋଗ ଦେଇଥିଲେ ଆଉ ତାଙ୍କ କପି ଏଡିଟର ଥିଲେ ସୁଧୀର ଚୌଧୁରୀ |

ସୁଧୀରଙ୍କ ସହ ଏକ ସାକ୍ଷାତକାରରେ ସେ ଏ ନେଇ ଖୁଲାସା କରିଛନ୍ତି | କେମିତି ସୁଧୀର ତାଙ୍କ ଖବର ସମ୍ପାଦନା କରୁଥିଲେ ଆଉ ଆଜି ସାକ୍ଷାତକାର ନେଉଛନ୍ତି ତାହାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ |୨୦୦୩ରେ ବିଜେପିରେ ଯୋଗ ଦେଇଥିବା ସ୍ମୃତି ଏବେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଅଛନ୍ତି |

ସମ୍ବନ୍ଧିତ ଖବର