ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ହେତୁ ଅନେକ ପ୍ରବାସୀ ଶ୍ରମିକ ହନ୍ତସନ୍ତ ହୋଇପଡ଼ିଛନ୍ତି। ପ୍ରବାସୀ ଶ୍ରମିକମାନେ କିପରି ବିନା ବାଧାରେ ସୁରକ୍ଷିତ ଭାବେ ନିଜ ଘରକୁ ଫେରି ପାରିବେ ସେଥିପାଇଁ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଯେଉଁ ନିରାଶ୍ରୟ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରି ପାରୁ ନଥିଲେ, ସେମାନଙ୍କ ପାଖରେ ଦେବଦୂତ ସାଜି ବଲିଉଡ ଅଭିନେତା ସୋନୁ ସୁଦ ପହଞ୍ଚିଥିଲେ।

Advertisment

India coronavirus: Bollywood actor Sonu Sood hailed for helping ... BBC

ସୋନୁ ସୁଦଙ୍କ ସାହାଯ୍ୟରେ ଅନେକ ପ୍ରବାସୀ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚି ପାରିଛନ୍ତି। ସୋନୁ ବର୍ତ୍ତମାନ ସମୟରେ ବି ଟୁଇଟରରେ ପ୍ରବାସୀ ଶ୍ରମିକଙ୍କ ସହିତ ସମ୍ପର୍କରେ ରହି ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି କାମ ପାଇଁ ଚାରିଆଡ଼ୁ ସୋନୁଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି।

ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋନୁ ସୁଦଙ୍କ ଏହି ଟୁଇଟର ରିଟୁଇଟ କରି ତାଙ୍କ କାମର ଭୁରିଭୁରି ପ୍ରଶଂସା କରିଛନ୍ତି।

ସୋନୁ ଏକ ଟୁଇଟରେ ଲେଖିଥିଲେ, ‘ପାଦରେ କାହିଁକି ଯିବ ସାଙ୍ଗ’। ଏହି ଟୁଇଟର ରିଟୁଇଟ କରି ସ୍ମୃତି ଇରାନୀ ଲେଖିଛନ୍ତି, ‘ଏହା ମୋର ସୌଭାଗ୍ୟ କି ଜଣେ ପେସାଦାର ସାଥୀ ଭାବେ ତୁମକୁ ଅନେକ ବର୍ଷ ହେବ ଜାଣିଛି। ଅଭିନେତା ଭାବେ ତୁମର ସଫଳତା ଉପରେ ମୁଁ ଖୁସି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ  ପ୍ରବାସୀ ଶ୍ରମିକଙ୍କ ପାଇଁ ତୁମର ସାହାଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ।’